ଏମଫିଲରେ ଫେଲ ହୋଇଛନ୍ତି ରାହୁଲ ଗାନ୍ଧୀ: ସୁବ୍ରମଣ୍ୟମ ସ୍ୱାମୀ

0

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ୱାମୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ଏମ୍‍ଫିଲରେ ଫେଲ ହୋଇଛନ୍ତି। କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଅମେଠିରେ ରାହୁଲଙ୍କୁ ଜବାବ ଦେବେ।
ସ୍ମୃତି ଇରାନୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ କଂଗ୍ରେସ ପ୍ରଶ୍ନ କରିବା ସହ ତାଙ୍କ ଶିକ୍ଷାଗତ ପ୍ରମାଣପତ୍ର ଜାଲ ବୋଲି ଅଭିଯୋଗ କରିଆସୁଛି। ଏଭଳି ସମୟରେ ସ୍ମୃତି ଇରାନୀଙ୍କ ପାଇଁ ସୁବ୍ରମଣ୍ୟମ ଅଣ୍ଟା ଭିଡିଛନ୍ତି। ରାହୁଲ ଗାନ୍ଧୀ ଏମଫିଲରେ ଫେଲ ହୋଇଛନ୍ତି। ସେ ଇକୋନୋମିକ ପ୍ଲାନିଂ ବିଷୟରେ ଫେଲ ହୋଇଛନ୍ତି। ରହୁଲ ଯଦି ନିର୍ବାଚନ ସତ୍ୟପାଠରେ ନିଜ ଶିକ୍ଷାଗତ ଯୋଗ୍ୟତା ଏମ୍‍ଫିଲ ଦେଖାଇଥିବେ ତେବେ ତାଙ୍କୁ ଆହ୍ୱାନ ଦିଆଯିବ ବୋଲି ସେ କହିଛନ୍ତି। ତେବେ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶର ଅମେଠି ଲୋକସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏଥିରେ ସେ ବ୍ରିଟେନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଟ୍ରିଣ୍ଟି କଲେଜରୁ ଏମ୍‍ଫିଲ ପାସ କରିଥିବା ଦର୍ଶାଇଛନ୍ତି। ୧୯୯୫ରେ ସେ ଏହି ଡିଗ୍ରୀ ଡେଭଲପମେଣ୍ଟ ଇକୋନୋମିକ୍ସରେ ପାଇଥିଲେ। ରାହୁଲ ଦେଖାଇଥିବା ପ୍ରମାଣପତ୍ରରେ ଥିବା ତାରିଖ ଭୁଲ ଥିବା ବେଳେ ସେ ବିଷୟର ଶୀର୍ଷକ ବି ଭୁଲ ଲେଖାଯାଇଥିଲା। ସେ ୪ଟି ବିଷୟରୁ ଗୋଟିଏରେ ଫେଲ ଥିଲେ। ସୂଚନା ଅନୁସାରେ ‘ନ୍ୟାସନାଲ ଇକୋନୋମିକ୍ସ ପ୍ଲାନିଂ ଆଣ୍ଡ ପଲିସି’ରେ ରାହୁଲ ଗାନ୍ଧୀ ୫୮% ନମ୍ବର ରଖିଛନ୍ତି। କିନ୍ତୁ ଏଥିରେ ପାସ ହେବା ପାଇଁ ଅନ୍ୟୁନ୍‍ ୬୦% ନମ୍ବର ଆବଶ୍ୟକ।

Leave A Reply