www.samajalive.in
Sunday, December 7, 2025
26.1 C
Bhubaneswar

ସପ୍ନାଙ୍କୁ ଭେଟିଲେ ମନୋଜ ତିୱାରୀ, ହୋଇପାରନ୍ତି ବିଜେପିରେ ସାମିଲ!

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପାଇଁ ପ୍ରଚାର ମଧ୍ୟରେ ଗତ କିଛି ଦିନ ଧରି ସପ୍ନା ଚୌଧୁରୀ ଆଲୋଚନାର ବିଷୟ ହୋଇଛନ୍ତି। କଂଗ୍ରେସରେ ଯୋଗଦେବା ନେଇ ଖବରକୁ ଖଣ୍ଡନ କରିବା ପରେ ସପ୍ନା ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀଙ୍କୁ ଭେଟିଛନ୍ତି। ରବିବାର ରାତିରେ ଉଭୟ ରାତ୍ରି ଭୋଜନରେ ଏକାଠି ହୋଇଥିଲେ। କୁହାଯାଉଛି ସପ୍ନା ଖୁବଶୀଘ୍ର ବିଜେପିରେ ଯୋଗଦେବେ।
ଏହା ପୂର୍ବରୁ ସପ୍ନା ଚୌଧୁରୀ କଂଗ୍ରେସରେ ଯୋଗଦେଇ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଥିଲା। ରବିବାର ସପ୍ନା ଏହି ଖବରକୁ ଖଣ୍ଡନ କରିଥିଲେ। ସାମାଜିକ ଗଣମାଧ୍ୟମରେ ସେୟାର କରାଯାଉଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ତାଙ୍କର ଫଟୋ ଅତିପୁରୁଣା ବୋଲି ସେ କହିଥିଲେ। ଏହାସହ ସେ କୌଣସି ଦଳ ପାଇଁ ନିର୍ବାଚନ ପ୍ରଚାର କରିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ମାତ୍ର ରବିବାର ରାତିରେ ତାଙ୍କୁ ମନୋଜ ତିୱାରୀଙ୍କ ସହ ଦେଖିବାକୁ ମିଳିଥିଲା। ଏହାପରଠାରୁ ରାଜନୈତିକ କରିଡ଼ରରେ ବିଭିନ୍ନ ଚର୍ଚ୍ଚା ହେଉଛି। ସପ୍ନା ବିଜେପିରେ ଯୋଗଦେବେ କି ନାହିଁ ତାହା ସ୍ପଷ୍ଟ କରିନାହାନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories