www.samajalive.in
Saturday, December 6, 2025
17.1 C
Bhubaneswar

ସ୍ବାସ୍ଥ୍ୟ ପାଇଁ ପୋଇର ଉପକାରିତା

ଶରୀର ପାଇଁ ଅନେକ ପ୍ରକାରର ଫଳ ଓ ପନିପରିବା ଖାଇବା ଉଚିତ। କାରଣ ଏହା ଶରୀରକୁ ସମସ୍ତ ପ୍ରକାରର ଭିଟାମିନ ଯୋଗାଇଥାଏ। ପରିବା ମଧ୍ୟରୁ ପୋଇ ଅନ୍ୟତମ। ଏହା ଶରୀର ପାଇଁ ଉତ୍ତମ ଅଟେ। ଏଥିରେ ଭିଟାମିନ, କ୍ୟାଲୋରୀ, ପ୍ରୋଟିନ, କାର୍ବୋହାଇଡ୍ରେଟ, ଫାଇବର ଓ ଆଇରନ ଉପଯୁକ୍ତ ପରିମାଣ ରହିଛି। ଏହାକୁ ଖାଇବା ଦ୍ବାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ। ଏହାଦ୍ବାରା ରକ୍ତର ଅଭାବ ମଧ୍ୟ ଦୂର ହୋଇଥାଏ।

ଆସନ୍ତୁ ଜାଣିବା ପୋଇ ଖାଇବା ଦ୍ବାରା ଶରୀରକୁ କି ଲାଭ ମିଳିଥାଏ ..

- Advertisement -

ପୋଇ ଖାଇବା ଦ୍ବାରା ଶରୀରକୁ ହିମୋଗ୍ଲୋବିନ ପହଞ୍ଚି ଥାଏ। ଏହା ଶରୀରକୁ ହିମୋଗ୍ଲୋବିନ ପହଞ୍ଚାଇବା ସହ ହୃଦୟକୁ ସୁସ୍ଥ ରଖିଥାଏ। ଏହା ଏନିମିଆ ରୋଗୀଙ୍କ ପାଇଁ ଲାଭଦାୟକ ଅଟେ।

ପୋଇ ଖାଇବା ଦ୍ବାରା କେଶ ସୁସ୍ଥ ରହିଥାଏ। ଏହାଦ୍ବାରା କେଶ ଝଡିବା ସମସ୍ୟାରୁ ମୁକ୍ତି ମିଳିଥାଏ। ଏହା ଶରୀରରେ ଆଇରନ ଅଭାବକୁ ପୂରଣ କରିଥାଏ।

ପୋଇ ଖାଇବା ଦ୍ବାରା ଚର୍ମ ରୋଗରୁ ମୁକ୍ତି ମିଳିଥାଏ।

ପୋଇରେ ଫଲିକ ଏସିଡ ଓ କ୍ୟାଲସିୟମ ଅଧିକ ମାତ୍ରାରେ ରହିଛି। ତେଣୁ ଏହା ଖାଇବା ଦ୍ବାରା ପାଇରିଆ ସମସ୍ୟାରୁ ମୁକ୍ତି ମିଳିଥାଏ।

ପୋଇ ରସ ସହ ଗାଜର ରସ ମିଶାଇ ପିଇବା ଦ୍ବାରା ପେଟରୁ ଚର୍ବି ଅଂଶ କମିଥାଏ।

ପୋଇ ରସ ସହ ଲେମ୍ବୁ ରସ ମିଶାଇ ପିଇବା ଦ୍ବାରା ମୋଟାପଣର ଆସ୍ତେ ଆସ୍ତେ ମୁକ୍ତି ପାଇପାରିବେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories