ଭୁବନେଶ୍ୱର: ଗୁରୁବାର ଶ୍ରୀ ଅନନ୍ତ ନାରାୟଣ ଜେନା ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି । ଏହା ସହ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ପର୍ୟ୍ୟବେକ୍ଷକ ଏବଂ କେନ୍ଦୁଝର ଜିଲ୍ଲା ପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ପଯ୍ୟବେକ୍ଷକ ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ବ ମିଳିଛି । ଏତତ୍ ବ୍ୟତୀତ ପାରାଦୀପ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଗୋବିନ୍ଦ ତରାଇଙ୍କ ନିଲମ୍ବନ ଆଦେଶକୁ ମଧ୍ୟ ଦଳର ସୁପ୍ରିମୋ ପ୍ରତ୍ୟାହାର କରି ନେଇଥିବା ସୂଚନା ମିଳିଛି ।



