www.samajalive.in
Friday, December 5, 2025
20.1 C
Bhubaneswar

ମହିଳାଙ୍କ ସହ ଜଡ଼ିତ ବାସ୍ତୁ ନିୟମ

ବାସ୍ତୁଶାସ୍ତ୍ର ଅନୁଯାୟୀ ଗୃହ ସହ ଜଡ଼ିତ ବହୁ କିଛି କଥା ରହିଛି। ଶାସ୍ତ୍ର ଅନୁଯାୟୀ କିଛି ନିୟମ ମାନିବା ଦ୍ୱାରା ଏହା ଗୃହ ପାଇଁ ଓ ଘରର ସଦସ୍ୟଙ୍କ ପାଇଁ ଶୁଭ ହୋଇଥାଏ। କୁହାଯାଏ ଯେ, ଘର ବାସ୍ତୁ ଅନୁଯାୟୀ ନିର୍ମାଣ ହେବା ଉଚିତ। ନଚେତ ସର୍ବଦା ସମସ୍ୟା ଲାଗି ରହିଥାଏ। ବାସ୍ତୁଶାସ୍ତ୍ରରେ କିଛି ଏପରି କଥା ବର୍ଣ୍ଣନା କରାଯାଇଛି ମହିଳାମାନେ ଯାହାର ପାଳନ କଲେ ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ। ଜାଣନ୍ତୁ ମହିଳାଙ୍କୁ ଶାସ୍ତ୍ର ଅନୁଯାୟୀ କେଉଁ କାର୍ଯ୍ୟ କରିବା ଆବଶ୍ୟକ….
ମହିଳାଙ୍କୁ ସୂର୍ଯୋଦୟ ପୂର୍ବରୁ ଉଠିବା ଆବଶ୍ୟକ। ଏପରି କରିବା ଦ୍ୱାରା ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସର୍ବଦା ଭଲ ରହିଥାଏ। ଖୁସିର ବାତାବରଣ ରହିଥାଏ।
ସୂର୍ଯୋଦୟ ହେବା ପରେ ଘରର ଦ୍ୱାର, ଝରକା ଆଦି ଖୋଲି ଦେବା ଉଚିତ। ଏହା ଦ୍ୱାରା ଘରେ ସୂର୍ଯ୍ୟଙ୍କ କିରଣ ପଡ଼ିଥାଏ। ଫଳରେ ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
ଘରର ମୁଖ୍ୟ ମହିଳାଙ୍କୁ ସୂର୍ଯୋଦୟ ପୂର୍ବରୁ ତମ୍ବାର ପାତ୍ରରେ ଜଳ ନେଇ ଘରର ମୁଖ୍ୟ ଦ୍ୱାରରେ ଏହି ଜଳକୁ ଛିଞ୍ଚିବା ଉଚିତ। ଏପରି କରିବା ଦ୍ୱାରା ଘରେ ଆର୍ଥିକ ସମସ୍ୟା ଦୂର ହୋଇଥାଏ। ଧନସମ୍ପତ୍ତି ବୃଦ୍ଧି ହୋଇଥାଏ।
ଘରର ମହିଳାଙ୍କୁ ପ୍ରତି ଶୁକ୍ରବାର ଦିନ ଶ୍ରୀ ଲକ୍ଷ୍ମୀ ସ୍ତବ ପାଠ କରିବା ଉଚିତ। ଏପରି କରିବା ଦ୍ୱାରା ଧନସମ୍ପତ୍ତି ଜନିତ ସମସ୍ୟା ଦୂର ହୋଇଥାଏ। ମା’ଲକ୍ଷ୍ମୀ ସର୍ବଦା ତାଙ୍କ କୃପା ପରିବାର ଉପରେ ରଖିଥାଆନ୍ତି।
ମହିଳାଙ୍କୁ ସପ୍ତାହକୁ ଥରେ ପାଣିରେ ଲୁଣ ପକାଇ ଘର ପୋଛିବା ଉଚିତ। ଏପରି କରିବା ଦ୍ୱାରା ଘରେ କଳହ ଲାଗି ନଥାଏ। ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିଥାଏ।
ପ୍ରତି ଅମାବାସ୍ୟା ଦିନ ଘରକୁ ସଫା କରିବା ଉଚିତ। ଏପରି କରିବା ଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରି ନଥାଏ। ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories