www.samajalive.in
Monday, December 15, 2025
27.1 C
Bhubaneswar

ଉତ୍କଳ କରାଟେ ସ୍କୁଲରେ ଆତ୍ମରକ୍ଷା ପ୍ରଶିକ୍ଷଣ କର୍ମଶାଳା

ଭୁବନେଶ୍ବର: ଅନ୍ତର୍ଜାତୀୟ ମହିଳା ଦିବସ ନିମନ୍ତେ ଉତ୍କଳ କରାଟେ ସ୍କୁଲ ପରିସରରେ ଟାଟା କ୍ୟାପିଟାଲ ଫାଇନାନ୍‌ସିଆଲ ସର୍ଭିସେସ୍‌ ତରଫରୁ ଏକ ଆତ୍ମରକ୍ଷା ପ୍ରଶିକ୍ଷଣ କର୍ମଶାଳା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ମୋଟ ୩୧ଜଣ ଛାତ୍ରୀଙ୍କୁ ଡ. ହରି ପ୍ରସାଦ ପଟ୍ଟନାୟକ ଆତ୍ମରକ୍ଷାର ବିଭିନ୍ନ ସହଜ ଓ ଉପଯୋଗୀ କୌଶଳ ଶିକ୍ଷା ଦେଇଥିଲେ। ହାତ ପାହାନ୍ତାରେ ଉପଲବ୍ଧ କିଛି ସାଧାରଣ ଜିନିଷ ଯଥା ପେପର ୱେଟ, ଖବରକାଗଜ, ପେନ, ପେନସିଲ, ଡିଭାଇଡର, ଚାବି ରିଙ୍ଗ, ଗାମୁଛା ଦ୍ବାରା କିପରି ଆକ୍ରମଣକାରୀଙ୍କୁ ପ୍ରତିରୋଧ କରାଯାଇପାରିବ ତାହା ଶିକ୍ଷା ଦିଆଯାଇଥିଲା। ପ୍ରତ୍ୟେକ ଝିଅ ନିୟମିତ ବ୍ୟାୟାମ କରିବା ଉଚିତ। ଏହା ଦ୍ବାରା ଶାରୀରିକ ଭ‌ାବେ ସୁସ୍ଥ ଓ ସକ୍ଷମ ରହିବା ସହ ଆତ୍ମରକ୍ଷା କରିପାରିବେ ବୋଲି ଡ.ପଟ୍ଟନାୟକ ସ୍ପଷ୍ଟ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନ୍ତର୍ଜାତୀୟ ସାମରିକ କ୍ରୀଡ଼ାବିତ୍‌ ଗୌରୀ ମହାନ୍ତି, ଦିଲୀପ ଜେନା, ପ୍ରିୟଦର୍ଶନୀ ଘଟୁଆରୀ, ସୁସ୍ମିତା ପାଲଟାସିଂହ, ରଜନୀ ବିସି, ଟାଟାର ରାଜେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories