www.samajalive.in
Monday, December 15, 2025
16.1 C
Bhubaneswar

ସାଇନା ଓ ଶ୍ରୀକାନ୍ତ କ୍ବାର୍ଟରକୁ ଉନ୍ନୀତ

ବର୍ମିଂହାମ: ଭାରତର ସାଇନା ନେହୱାଲ ଓ କିଦାମ୍ବି ଶ୍ରୀକାନ୍ତ ଅଲ ଇଂଲଣ୍ଡ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ସିଙ୍ଗଲ୍‌ସ କ୍ବାର୍ଟରଫାଇନାଲକୁ ଉନ୍ନୀତ ହୋଇଛନ୍ତି। ମହିଳା ସିଙ୍ଗଲ୍‌ସ ୨ୟ ରାଉଣ୍ଡ ମ୍ୟାଚରେ ୮ମ ସିଡ୍‌ ସାଇନା ୮-୨୧, ୨୧-୧୬, ୨୧-୧୩ ଗେମରେ ଡେନମାର୍କର ଲିନ୍‌ କେୟାରଫେଲ୍ଟଙ୍କୁ ପରାସ୍ତ କରିଛନ୍ତି। ଏହି ମ୍ୟାଚ୍‌ ୫୦ ମିନିଟରେ ଶେଷ ହୋଇଥିଲା। ବିଶ୍ବର ୧ ନମ୍ବର ଖେଳାଳି ଚାଇନିଜ୍‌ ତାଇପେର ତାଇ ଜୁ ୟିଙ୍ଗ୍‌ଙ୍କୁ ସାଇନା କ୍ବାର୍ଟରରେ ଭେଟିବେ। ଅପରପକ୍ଷରେ ପୁରୁଷ ସିଙ୍ଗଲ୍‌ସ ୨ୟ ରାଉଣ୍ଡରେ ୭ମ ସିଡ୍‌ ଶ୍ରୀକାନ୍ତ ୨୧-୧୭, ୧୧-୨୧, ୨୧-୧୨ ଗେମରେ ଇଣ୍ଡୋନେସିଆର ଜୋନାଥନ କ୍ରିଷ୍ଟିଙ୍କୁ ପରାସ୍ତ କରିଛନ୍ତି। କ୍ବାର୍ଟରଫାଇନାଲରେ ଶ୍ରୀକାନ୍ତ ବିଶ୍ବର ୧ ନମ୍ବର ଖେଳାଳି ତଥା ଟୁର୍ଣ୍ଣାମେଣ୍ଟର ଟପ୍‌ ସିଡ୍‌ ଜାପାନର କେନ୍‌ତା ମୋମୋତାଙ୍କୁ ଭେଟିବେ।

ବିଶ୍ବ ମାନ୍ୟତା ଓ ପୂର୍ବ ରେକର୍ଡକୁ ଅନୁଧ୍ୟାନ କଲେ କେୟାରଫେଲ୍ଟଙ୍କ ବିରୋଧରେ ସାଇନା ଏହି ମ୍ୟାଚରେ ଫେଭରିଟ୍‌ ଥିଲେ। ସାଇନା ବିଶ୍ବ ମାନ୍ୟତା ତାଲିକାର ୯ମ ସ୍ଥାନରେ ଥିବାବେଳେ କେୟାରଫେଲ୍ଟ ୧୯ତମ ସ୍ଥାନରେ ରହିଛନ୍ତି। ଦୁଇ ଖେଳାଳି ପୂର୍ବରୁ ପରସ୍ପରକୁ ଦୁଇଥର ଭେଟିଥିବା ବେଳେ ସାଇନା ହିଁ ବିଜୟୀ ହୋଇଛନ୍ତି। ତେବେ ଗୁରୁବାର ମ୍ୟାଚ ପ୍ରାରମ୍ଭରେ କେୟାରଫେଲ୍ଟ ଏହି ଆକଳନକୁ ଭୁଲ ପ୍ରମାଣିତ କରି ପ୍ରଥମ ଗେମକୁ ୨୧-୮ରେ ଜିତିଥିଲେ। ଗୋଟିଏ ଗେମରେ ପଛୁଆ ଥିବାବେଳେ ଦ୍ବିତୀୟ ଗେମରେ ୮-୮ ପଏଣ୍ଟ ପର୍ଯ୍ୟନ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା। ତେବେ ସାଇନା ଏହି ଗେମକୁ ୨୧-୧୬ରେ ଜିତି ମ୍ୟାଚକୁ ସମାନ ସ୍ଥିତିକୁ ଆଣିଥିଲେ। ନିର୍ଣ୍ଣାୟକ ୩ୟ ଗେମରେ ସାଇନା ପ୍ରାରମ୍ଭରୁ ଆକ୍ରମଣାତ୍ମକ ରଣନୀତି ଅବଲମ୍ବନ କରି ଏକଦା ୭-୨ ପଏଣ୍ଟରେ ଆଗୁଆ ରହିଥିଲେ। କେୟାରଫେଲ୍ଟ ଗେମକୁ ପ୍ରତ୍ୟାବର୍ତ୍ତନ କରିବାକୁ ଆପ୍ରାଣ ଉଦ୍ୟମ କରିଥିଲେ ସୁଦ୍ଧା ସାଇନା ତାଙ୍କୁ କୌଣସି ସୁଯୋଗ ଦେଇନଥିଲେ। ସାଇନା ଶେଷରେ ଏହି ଗେମକୁ ୨୧-୧୩ରେ ଜିତି କ୍ବାର୍ଟରରେ ସ୍ଥାନ ପକ୍କା କରିଛନ୍ତି। ସୂଚନାଯୋଗ୍ୟ; ସାଇନା ପ୍ରଥମ ରାଉଣ୍ଡରେ ସ୍କଟଲାଣ୍ଡର କ୍ରିଷ୍ଟି ଗିଲମୋରଙ୍କୁ ୨୧-୧୭, ୨୧-୧୮ ଗେମରେ ପରାସ୍ତ କରିଥିଲେ। ଗୁରୁବାର ପୁରୁଷ ସିଙ୍ଗଲ୍‌ସ ୨ୟ ରାଉଣ୍ଡରେ ଶ୍ରୀକାନ୍ତ ୫୦ ମିନିଟର ମୁକାବିଲାରେ ଇଣ୍ଡୋନେସିଆର ଜୋନାଥନ କ୍ରିଷ୍ଟିଙ୍କୁ ପରାସ୍ତ କରିଛନ୍ତି। ତେବେ ପୁରୁଷ ସିଙ୍ଗଲ୍‌ସରେ ଭାରତର ସାଇ ପ୍ରଣିତ ଦ୍ବିତୀୟ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଗୁରୁବାର ଖେଳାଯାଇଥିବା ଏହି ମ୍ୟାଚରେ ହଂକଂର ଆଙ୍ଗ୍‌ସ କା ଲଙ୍ଗ୍‌ ସିଧାସଳଖ ୨୧-୧୨, ୨୧-୧୭ ଗେମରେ ସାଇ ପ୍ରଣିତଙ୍କୁ ହରାଇଛନ୍ତି।

- Advertisement -

ଡବଲ୍‌ସରେ ଭାରତୀୟ ଅଭିଯାନ ଶେଷ ହୋଇଛି। ପୁରୁଷ ଡବଲ୍‌ସରେ ଭାରତର ମନୁ ଅତ୍ରି ଓ ସୁମିତ ରେଡ୍ଡି, ମହିଳା ଡବଲ୍‌ସରେ ଅଶ୍ବିନୀ ପୋନାପ୍ପା-ସିକ୍କି ରେଡ୍ଡି ଓ ମିକ୍ସଡ ଡବଲ୍‌ସରେ ପ୍ରଣବ ଚୋପ୍ରା ଓ ସିକ୍କି ପରାସ୍ତ ହୋଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories