www.samajalive.in
Sunday, December 14, 2025
26.1 C
Bhubaneswar

ପିଏସ୍‌ଏଲ୍‌ ଫାଇନାଲରେ ଯୋଗ ଦେବେନାହିଁ ବିସିସିଆଇ ପ୍ରତିନିଧି

କରାଚି: ଚଳିତମାସ ୧୭ରେ ଖେଳାଯିବ ପାକିସ୍ତାନ ସୁପର ଲିଗ୍ (ପିଏସ୍‌ଏଲ୍‌)ର ଫାଇନାଲ ମ୍ୟାଚ୍। ଏହି ମ୍ୟାଚ୍‌ରେ ଉପସ୍ଥିତ ରହିବାକୁ ବିସିସିଆଇ କର୍ମକର୍ତ୍ତାଙ୍କୁ ଅନୁରୋଧ କରିଥିଲା ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)। ତେବେ ଏହି ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଦେଇଛି ବିସିସିଆଇ। ପିସିବି ଅଧ୍ୟକ୍ଷ ଏହ୍‌ସାନ୍ ମାନି ଗୁରୁବାର ଏହି ସୂଚନା ଦେଇଛନ୍ତି। ମାନିଙ୍କ ଅନୁସାରେ, ପିଏସ୍‌ଏଲ୍‌ ଫାଇନାଲ ଦେଖିବା ଲାଗି ଆଇସିସି ଏବଂ ଏହାର ଅନୁବନ୍ଧିତ ଦେଶର କ୍ରିକେଟ ବୋର୍ଡର ଅଧିକାରୀଙ୍କୁ ନିମନ୍ତ୍ରଣ ଦିଆ ଯାଇଥିଲା। ତେବେ ଆଇସିସି ଅଧ୍ୟକ୍ଷ ଶଶାଙ୍କ ମନୋହର ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ଫାଇନାଲ ଦେଖିବାକୁ ଯାଇପାରିବେ ନାହିଁ ବୋଲି ମାନିଙ୍କୁ ଜଣାଇ ଦେଇଛନ୍ତି। ତେବେ ମନୋହର ଜଣେ ଭାରତୀୟ ହୋଇଥିବାରୁ ଏହି ଫାଇନାଲରେ ଯୋଗଦେବାକୁ ମନା କରି ଦେଇଥିଲେ। ଏହାସହ ବିସିସିଆଇର ଅସ୍ଥାୟୀ ସଭାପତି ସି.କେ. ଖାନ୍ନା ମଧ୍ୟ ଫାଇନାଲରେ ଯୋଗଦେବେ ନାହିଁ ବୋଲି ପିସିବିକୁ ଜଣାଇ ଦେଇଛନ୍ତି। ଗତମାସରେ ପୁଲ୍‌ୱାମାରେ ସିଆର୍‌ପିଏଫ୍ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଏବଂ ପରବର୍ତ୍ତୀ ଅବସ୍ଥାରେ ପାକିସ୍ତାନ​‌​‌ରେ ଭାରତୀୟ ବାୟୁସେନାର ବୋମାମାଡ଼ ଘଟଣା ପରେ ଉଭୟ ଦେଶଙ୍କ ମଧ୍ୟରେ ସମ୍ପର୍କ ବେଶ୍‌ ତିକ୍ତ ହୋଇଯାଇଛି। ଏପରି ସ୍ଥିତିରେ ବିସିସିଆଇ କର୍ମକର୍ତ୍ତା ପାକିସ୍ତାନ ଯାଇ ପିଏସ୍‌ଏଲ୍‌ ଫାଇନାଲ ଦେଖିବା କଥା ଆଦୌ ଚିନ୍ତା କରା ଯାଇନପାରେ। ତେବେ ଆଇସିସି ଅଧ୍ୟକ୍ଷ ହେବା ସତ୍ତ୍ବେ ତାଙ୍କ ଦେଶପ୍ରେମକୁ ପ୍ରାଧାନ୍ୟ ଦେଇ ଶଶାଙ୍କ ମନୋହର ପିସିବିର ଆମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିବା ନିଶ୍ଚୟ ପ୍ରଶଂସାଯୋଗ୍ୟ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories