www.samajalive.in
Sunday, December 14, 2025
26.1 C
Bhubaneswar

୩ ଦିନ ହେଲା ବ୍ୟବସାୟୀ ନିଖୋଜ

ପୁରୀ: କଟକର କପଡ଼ା ବ୍ୟବସାୟୀ ବିଶାଲ କୁମାର ସୁନ୍ଦରକାଙ୍କ ନିଖୋଜ ହେବାର ତିନିଦିନ ବିତିଲା। ପୁରୀ ସମୁଦ୍ରକୂଳରେ ତାଙ୍କ ଗାଡି ପୁଲିସ ଜବତ କରିଥିଲେ ମଧ୍ୟ ବିଶାଲଙ୍କ ସନ୍ଧାନ ମିଳିନାହିଁ। ତାଙ୍କୁ କେହି ଅପହରଣ କରି ନେଇଥିବା ଆଶଙ୍କା କରାଯାଉଛି। ବିଶାଲ ମଙ୍ଗଳବାର ଏକ ମାରୁତିକାର୍‍ ଯୋଗେ ଭୁବନେଶ୍ୱର ଯାଇଥିଲେ। ସନ୍ଧ୍ୟା ପୂର୍ବରୁ ଘରକୁ ଫେରିବେ ବୋଲି କହିଥିଲେ। ସେଦିନ ମଧ୍ୟାହ୍ନ ୧୨ଟା ୩୦ରେ ତାଙ୍କୁ ସତ୍ୟନଗର ଫୋରମ ମାର୍ଟ ପାଖରେ ଦେଖିବାକୁ ମିଳିଥିଲା। ବାପା ପବନ କୁମାରଙ୍କ ସହ ଅପରାହ୍ନ ୪ଟା ୨୮ରେ ତାଙ୍କର ଯୋଗାଯୋଗ ହୋଇଥିଲା। ୩୧ ବର୍ଷ ବୟସ୍କ ବିଶାଲ କଳା ରଙ୍ଗର ଟି-ସାର୍ଟ ପିନ୍ଧିଥିଲେ। ତାଙ୍କ ନିଖୋଜ ହେବା ସମ୍ପର୍କରେ ଭାଇ ସନ୍ତୋଷ କୁମାର ସୁନ୍ଦରକା ବୁଧବାର କଟକ ମର୍କତନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବିଶାଲଙ୍କ ଓଡି ୦୫ଏନ୍‍ ୪୪୧୫ନମ୍ବର ବିଶିଷ୍ଟ ଗାଡି ପୁରୀ ଚକ୍ରତୀର୍ଥ ରୋଡର ହଲିଡେ ରିସର୍ଟ ହୋଟେଲ ନିକଟସ୍ଥ ଗଳିରୁ ମିଳିଛି। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଦେଇ ବିଶାଲ ଗତ ୫ ତାରିଖ ଦିନ ପୁରୀ ଆସିଥିବା ପିପିଲି ଟୋଲଗେଟ ସିସିଟିଭି ଫୁଟେଜରୁ ସୂଚନା ମିଳିଛି। ବିଶାଲଙ୍କ ମୋବାଇଲ ଫୋନ ସେଦିନ ସନ୍ଧ୍ୟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିଥିଲା। ତା’ ପରଠାରୁ ତାଙ୍କ ମୋବାଇଲ ବନ୍ଦ ରହିଛି। ସମୁଦ୍ରକୂଳ ଥାନା ପୁଲିସ ତାଙ୍କ ଗାଡି ଭିତରୁ ଗୋଟିଏ ଲକେଟ ଲାଗିଥିବା ସୁନାଚେନ୍‍, ସୁନାମୁଦି ଏବଂ ମୋବାଇଲ ଫୋନ ଜବତ କରିଛି।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories