www.samajalive.in
Sunday, December 7, 2025
26.1 C
Bhubaneswar

ଆଖୁ ରସ ପିଇବାର ଉପଯୁକ୍ତ ସମୟ

ଖରା ଦିନ ଆରମ୍ଭ ହୋଇଗଲାଣି। ଏହି ଦିନରେ ଶରୀରରେ ଜଳୀୟ ଅଂଶର ଅଭାବ ଦେଖା ଦେଇଥାଏ। ଏଥିରୁ ରକ୍ଷା ପାଇବା ପାଇଁ ଆମେ ଅଧିକ ଜଳ ଜାତୀୟ ଦ୍ରବ୍ୟର ସେବନ କରିଥାଉ। ଖରାଦିନେ ରାସ୍ତାରେ ପ୍ରାୟ ଆଖୁ ରସ ମିଳୁଥିବାର ଦେଖିଥାଉ। ଏହା ଶରୀର ପାଇଁ ଉତ୍ତମ ହେବା ସହ ଅନେକ ରୋଗ ଠାରୁ ମୁକ୍ତି ଦେଇଥାଏ। ଏହାକୁ ପିଇବା ଗର୍ଭବତୀ ମହିଳାଙ୍କ ପାଇଁ ଲାଭଦାୟକ ଅଟେ। ଆଖୁ ରସ ଏନିମିୟା, କ୍ୟାନ୍ସର ଇତ୍ୟାଦି ରୋଗ ଠାରୁ ଶରୀରକୁ ଦୂରେଇ ରଖେ। ଆଖୁ ରସ ପିଇବାର ଅନେକ ଲାଭ ରହିବା ସହ କିଛି କ୍ଷତିକାରକ ଗୁଣ ମଧ୍ୟ ରହିଛି।

ଆମେ ସର୍ବଦା ଆଖୁ ରସ ପିଇବା ବେଳେ କୌଣସି କଥା ପ୍ରତି ଧ୍ୟାନ ଦେଇ ନଥାଉ। ରାସ୍ତାରେ ମିଳୁଥିବା ଆଖୁ ରସ ପିଇବା ଦ୍ବାରା ବେଳେବେଳେ ସଂକ୍ରମଣ ଜନିତ ରୋଗ ହୋଇଥାଏ। ଏହାଦ୍ବାରା ପେଟ ସମସ୍ୟା ଦେଖା ଦେଇଥାଏ।

- Advertisement -

ଆଖୁ ରସ ପିଇବା ସମୟରେ ଦୋକାନର ପରିଷ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ଦିଅନ୍ତୁ। ଯେଉଁ ସ୍ଥାନରେ ଅଧିକ ମାଛି ଉଡୁଥିବେ ସେଠାରେ କେବେ ବି ଆଖୁ ରସ ପିଅନ୍ତୁ ନାହିଁ।

ଆଖୁରୁ ରସ ବାହାର କରିବା ପାଇଁ ଏକ ମେସିନର ସାହାର୍ଯ୍ୟ ନିଆଯାଇଥାଏ। ସେହି ମେସିନରେ ଏକ ବିଶେଷ ପ୍ରକାରର ତେଲ ବ୍ୟବହାର ହୋଇଥାଏ। ଆଖୁରୁ ରସ ବାହାର କରିବା ବେଳେ ତାହା ଯଦି ସେଥିରେ ମିଶିଯାଏ ତେବେ ଆମ ଶରୀର ପାଇଁ କ୍ଷତି ହୋଇଥାଏ।

ଆଖୁ ରସ ପିଇବାର ଉପଯୁକ୍ତ ସମୟ :

ଆଖୁରସ ସତେଜ ଥିବା ସମୟରେ ପିଇବା ଉଚିତ। ଯଦି ଆଖୁ ରସ ଫ୍ରିଜରେ ରଖାଯାଇଥାଏ ତେବେ ତାହାକୁ ପିଅନ୍ତୁ ନାହିଁ। ବାସୀ ଆଖୁ ରସରେ ମାଛି ବସିଥାଆନ୍ତି। ଏହାସହ ଜୀବାଣୁ ମଧ୍ୟ ଉତ୍ପନ୍ନ ହୋଇଥାଆନ୍ତି।

ଆଖୁ ରସରେ ଅନ୍ୟ କୌଣସି ଦ୍ରବ୍ୟ ମିଶାଇ ପିଇବା ଅନୁଚିତ। ଏହାସହ ବିଶେଷଜ୍ଞମାନଙ୍କ ମତ ଅନୁଯାୟୀ, ଗୋଟିଏ ଦିନରେ ଦୁଇ ଗ୍ଲାସରୁ ଅଧିକ ଆଖୁ ରସ ପିଅନ୍ତୁ ନାହିଁ।

ଆଖୁ ରସ ପ୍ରସ୍ତୁତ କରିବା ବେଳେ ଆଖୁ ଉପରେ ଧ୍ୟାନ ଦିଅନ୍ତୁ। କାରଣ ଅନେକ ଆଖୁରେ ପୋକ ରହି ଯାଆନ୍ତି। ଏହା ପେଟକୁ ଯାଇ ଅନେକ ରୋଗ ସୃଷ୍ଟି କରିଥାଏ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories