ବାସ୍ତୁଦୋଷ ଦୂର କରେ ଲଙ୍କା
ସନ୍ତୁଳିତ ମାତ୍ରାରେ ଲଙ୍କାର ବ୍ୟବହାର ଦ୍ବାରା ଗ୍ରହ ଦୋଷ ଦୂର ହୋଇଥାଏ। ଯେଉଁମାନଙ୍କ ଜାତକରେ ଗ୍ରହମାନଙ୍କ ସ୍ଥିତି ଖରାପ ରହିଥାଏ ସେମାନଙ୍କୁ ଲଙ୍କା ଦାନ କରିବା ଉଚିତ ବୋଲି କୁହାଯାଇଛି। ଏହାସହ ଲଙ୍କାରେ ପ୍ରସ୍ତୁତ କିଛି ବ୍ୟଞ୍ଜନ ମଧ୍ୟ ଦାନ କରିବା ଉଚିତ। କିନ୍ତୁ ଲଙ୍କାର ଅଧିକ ବ୍ୟବହାର କରିବା ଉଚିତ ନୁହେଁ। ସଠିକ ମାତ୍ରାରେ ଲଙ୍କାର ବ୍ୟବହାର ଦ୍ବାରା ଗ୍ରହମାନଙ୍କ ସ୍ଥିତି ମଜଭୂତ ହୋଇଥାଏ। ଉଚିତ ମାତ୍ରା ଓ ଉଚିତ ରୂପେ ଲଙ୍କାର ଦାନ କରିବା ଦ୍ବାରା ଅନେକ ଅସୁବିଧା ଦୂର ହୋଇଥାଏ। କିନ୍ତୁ ସର୍ବଦା ଧ୍ୟାନ ଦିଅନ୍ତୁ ଆପଣ ଯାହାକୁ ଲଙ୍କା ଦାନ କରୁଛନ୍ତି ସେ ଯେପରି ତାହାକୁ ଖୁସିର ସହ ସ୍ବୀକାର କରେ।
ସିମଲା ଲଙ୍କାର ସେବନ ଦ୍ବାରା ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ। ଏହା ପିଲାମାନଙ୍କ ପାଇଁ ଲାଭଦାୟକ ହୋଇଥାଏ। ଏହାକୁ ନିୟମିତ ରୂପେ ଖାଇବା ଦ୍ବାରା ମଧୁମେହ ରୋଗରୁ ମୁକ୍ତି ମିଳିଥାଏ। ଏହାସହ ଆଣ୍ଠୁଗଣ୍ଠି ଜନିତ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ।
ଏହା ବ୍ୟତୀତ ବାସ୍ତୁଶାସ୍ତ୍ରରେ ଲଙ୍କାର ବ୍ୟବହାର ବିଷୟରେ ବର୍ଣ୍ଣନା କରାଯାଇଛି। ଘରେ ଯଦି ସର୍ବଦା କଳହ ହେଉଥାଏ, କିଛି କାର୍ଯ୍ୟ ଠିକ ଭାବେ କରିବା ସତ୍ତ୍ବେ ବାଧାବିଘ୍ନ ଉପୁଜିଥାଏ ତେବେ ଏହା ଅଶୁଭ ସଙ୍କେତ ବୋଲି କୁହାଯାଏ। ଏଥିପାଇଁ ଘରେ ଅଧିକ ସମୟ ବିତାଉଥିବା ସ୍ଥାନରେ କଳା ଓ ସବୁଜ ଲଙ୍କା ରଖି ଦିଅନ୍ତୁ। ଏପରି କରିବା ଦ୍ବାରା ଅସମ୍ଭବ କାର୍ଯ୍ୟ ସୁବିଧାରେ ହୋଇଥାଏ। ଏପରି କରିବା ଦ୍ବାରା ଘରେ ଶାନ୍ତିର ବାତାବରଣ ରହିଥାଏ। ଆପଣଙ୍କ ଜାତକରେ ବୁଧଙ୍କ ସ୍ଥିତି ଖରାପ ଥିଲେ ଲାଲ ଲଙ୍କାର ଦାନ କରିବା ଶୁଭ ହୋଇଥାଏ।
ଜ୍ୟୋତିଷଶାସ୍ତ୍ର ଅନୁସାରେ, କଳା ଲଙ୍କାକୁ ଶନି ଗ୍ରହଙ୍କ କାରକ ବୋଲି କୁହାଯାଇଛି। କୌଣସି ବ୍ୟକ୍ତିଙ୍କ ଉପରେ ଶନିଙ୍କ କୋପ ପଡିଥିଲେ ଗୋଟିଏ କଳା ରଙ୍ଗର କପଡାରେ କିଛି କଳା ଲଙ୍କା ବାନ୍ଧି ତା ସହ ଟଙ୍କା ଦାନ କରନ୍ତୁ। ଏପରି କରିବା ଦ୍ବାରା ଶନିଦେବଙ୍କ କୋପ ଶୀଘ୍ର ଶାନ୍ତ ହୋଇଥାଏ।
ଦୋକାନ କିମ୍ବା ବ୍ୟବସାୟ ସ୍ଥଳରେ କାହାର ନଜର ନ ଲାଗିବା ପାଇଁ ଲଙ୍କା ଓ ଲେମ୍ବୁର ହାର ପ୍ରସ୍ତୁତ କରି ତାର ସମ୍ମୁଖ ଭାଗରେ ଟାଙ୍ଗି ଦିଅନ୍ତୁ। ଏପରି କରିବ ଦ୍ବାରା ବ୍ୟବସାୟରେ ଉନ୍ନତି ମଧ୍ୟ ହୋଇଥାଏ।