www.samajalive.in
Monday, December 15, 2025
24.1 C
Bhubaneswar

ସାପ କାମୁଡାରେ ୨ କାଉଡ଼ିଆ ଭକ୍ତ ଗୁରୁତର

ଆରଡି : ପବିତ୍ର ଶ୍ରାବଣ ମାସରେ ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ଧାମନଗର ଓ ବାଲେଶ୍ବର ଅଞ୍ଚଳରୁ ଆସିଥିବା ୨କାଉଡ଼ିଆ ଭକ୍ତଙ୍କୁ ଏକ ବିଷଧର ସାପ କାମୁଡିଵାରୁ ପୃଥକ ପୃଥକ ଭାବେ ୨କାଉଡିଆ ଭକ୍ତ  ଚେତାଶୂନ୍ଯ ହୋଇ ତଳେ ପଡି ଯାଇଥିଲେ। ନିକଟରେ ଥିବା ସାଥି କାଉଡ଼ିଆ ଭକ୍ତ ଖବର ଦେବା ପରେ  ମନ୍ଦିର ଆମ୍ବୁଲାନ୍ସ ଦ୍ଵାରା ପ୍ରଥମେ ଆରଡି ମେଡିକାଲ ଓ ପରେ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେହିପରି ରବିବାର ରାତିରେ  ଆରଡି ନିକଟ ଶୀତଳପୁର ଗାଁର କମଳିନୀ ପରିଡାଙ୍କୁ ଏକ ସାପ କାମୁଡିଵାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଆରଡି ମେଡିକାଲ ଓ ପରେ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏବେ ବୈତରଣୀ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ତଳିଆ ଅଞ୍ଚଳରେ ବନ୍ୟାଜଳ ଜମି ରହିବା ଫଳରେ ବହୁ ବିଷଧର ସାପ ପୀଠ ସମେତ ଆଖପାଖ ଅଞ୍ଚଳରେ ବୁଲୁଛନ୍ତି, ହେଲେ ପୀଠର ମୁଖ୍ୟରାସ୍ତା ସହ ସାହି ରାସ୍ତା ଅନ୍ଧାର ରହୁଥିବାରୁ ସ୍ଥାନୀୟ ଲୋକଙ୍କ ସହ ଆଗନ୍ତୁକ କାଉଡ଼ିଆ ଭକ୍ତ ଓ ପର୍ଯ୍ୟଟକମାନେ ଭୟରେ ଯାତାୟତ କରୁଛନ୍ତି। ଏଥିପ୍ରତି ଜିଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

 

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories