www.samajalive.in
Sunday, December 14, 2025
23.1 C
Bhubaneswar

ଉଦିତଙ୍କ ନୂଆ ଠିକଣା:ଝାରପଡ଼ା ଜେଲ୍

ଭୁବନେଶ୍ୱର: ନିଳମ୍ୱିତ ଛାତ୍ର କଂଗ୍ରେସ ସଭାପତି ଜେଲ୍ ଗଲେ। ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ତାଙ୍କ ଜାମିନ ନାମଞ୍ଜୁର ହେବା ପରେ ଉଦିତଙ୍କୁ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଛି। ଏକ ଦୁଷ୍କର୍ମ ମାମଲାରେ ଗତକାଲି ଗିରଫ ହେବା ପରେ ଆଜି ତାଙ୍କୁ ଜେଲ ହାଜତକୁ ପଠାଯାଇଛି। ଉଦିତଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆସିବା ପରେ ତାଙ୍କୁ ପୂର୍ବରୁ ଛାତ୍ର କଂଗ୍ରେସ ଦଳରୁ ନିଳମ୍ୱିତ କରିସାରିଛି। କିଛି ମାସ ତଳେ ଏକ ହୋଟେଲରେ ଉଦିତ ଜଣେ ଯୁବତୀଙ୍କ ପାନୀୟରେ ନିଶା ଦେଇ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା। ନିକଟରେ ଏନେଇ ପିଡ଼ୀତା ଯୁବତୀ ଜଣକ ମଞ୍ଚେଶ୍ୱର ଥାନାରେ ଏତଲା ଦେଇଥିଲେ। ପୁଲିସ ପ୍ରଥମିକ ତଦନ୍ତ କରି ଉଦିତଙ୍କୁ ଗିରଫ କରିଥିଲା। ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ପୂର୍ବରୁ ନାରୀ ନିର୍ଯ୍ୟାତନା ନେଇ ଆନ୍ଦୋଳନ କରିଆସୁଥିବା କଂଗ୍ରେସକୁ ଶାସକ ବିଜେପି ଟାର୍ଗେଟ୍ କରିଛି। ଜାମିନ ନାମଞ୍ଜୁର ହେବା ପରେ ଉଦିତଙ୍କୁ ଝାରପଡ଼ା ଜେଲ୍ ସ୍ଥାନାନ୍ତର କରାଯାଇଛି।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories