ଆରଡି : ପବିତ୍ର ଶ୍ରାବଣ ମାସରେ ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ଧାମନଗର ଓ ବାଲେଶ୍ବର ଅଞ୍ଚଳରୁ ଆସିଥିବା ୨କାଉଡ଼ିଆ ଭକ୍ତଙ୍କୁ ଏକ ବିଷଧର ସାପ କାମୁଡିଵାରୁ ପୃଥକ ପୃଥକ ଭାବେ ୨କାଉଡିଆ ଭକ୍ତ ଚେତାଶୂନ୍ଯ ହୋଇ ତଳେ ପଡି ଯାଇଥିଲେ। ନିକଟରେ ଥିବା ସାଥି କାଉଡ଼ିଆ ଭକ୍ତ ଖବର ଦେବା ପରେ ମନ୍ଦିର ଆମ୍ବୁଲାନ୍ସ ଦ୍ଵାରା ପ୍ରଥମେ ଆରଡି ମେଡିକାଲ ଓ ପରେ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେହିପରି ରବିବାର ରାତିରେ ଆରଡି ନିକଟ ଶୀତଳପୁର ଗାଁର କମଳିନୀ ପରିଡାଙ୍କୁ ଏକ ସାପ କାମୁଡିଵାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଆରଡି ମେଡିକାଲ ଓ ପରେ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏବେ ବୈତରଣୀ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ତଳିଆ ଅଞ୍ଚଳରେ ବନ୍ୟାଜଳ ଜମି ରହିବା ଫଳରେ ବହୁ ବିଷଧର ସାପ ପୀଠ ସମେତ ଆଖପାଖ ଅଞ୍ଚଳରେ ବୁଲୁଛନ୍ତି, ହେଲେ ପୀଠର ମୁଖ୍ୟରାସ୍ତା ସହ ସାହି ରାସ୍ତା ଅନ୍ଧାର ରହୁଥିବାରୁ ସ୍ଥାନୀୟ ଲୋକଙ୍କ ସହ ଆଗନ୍ତୁକ କାଉଡ଼ିଆ ଭକ୍ତ ଓ ପର୍ଯ୍ୟଟକମାନେ ଭୟରେ ଯାତାୟତ କରୁଛନ୍ତି। ଏଥିପ୍ରତି ଜିଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।



