www.samajalive.in
Monday, December 15, 2025
24.1 C
Bhubaneswar

ଜୀବନ ଜ୍ୟେତି କଲେଜରେ ନାରୀ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ 

ରାଇକିଆ : ରାଇକିଆ ସ୍ଥାନୀୟ ଜୀବନ ଜ୍ୟୋତି କଲେଜ ପରିସରରେ ସୋମବାର ଆଜି ନାରୀ ସୁରକ୍ଷା ଓ ସଚେତନତା ଉଦ୍ଦେଶ୍ୟରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରାଧ୍ୟାପକ ଉମାକାନ୍ତ ରଥଙ୍କ ସଭାପତିତ୍ଵ ରେ ଆୟୋଜିତ କାର୍ଯ୍ୟକ୍ରମରେ କଲେଜ ଆଇ. ସି. ସି ସମ୍ପାଦିକା ମଞ୍ଜୁଳା ସାହୁ ସ୍ଵାଗତ ଅଭିଭାଷଣ ଦେବା ସହ ମଞ୍ଚ ପରିଚାଳନା କରିଥିଲେ । ଯୌନ ନିର୍ଯାତନା ଉପରେ ଅଧ୍ୟାପକ ତଥା ଆଇ.ସି.ସି ସଦସ୍ୟ ଦିଲ୍ଲୀପ କୁମାର ନାୟକ, ଅଧ୍ୟାପକ ଜଗନ୍ନାଥ ଦାସ ପୋଷ ୨୦୧୩ ଏବଂ ୨୦୧୫ ନିୟମାବଳୀକୁ ବୁଝାଇବା ସହ ମୂଲ୍ୟବାନ ମନ୍ତବ୍ୟ ପ୍ରଦାନ କରିଥିଲେ । ଆଇ.ସି.ସିର ଛାତ୍ରୀ ସଦସ୍ୟ ଭାବରେ ସାଇ ଶକ୍ତି ସାହୁ ମଧ୍ୟ ଛାତ୍ରୀ ମାନଙ୍କ ସୁରକ୍ଷା ଉପରେ ତଥ୍ୟ ପ୍ରଦାନ କରିଥିଲେ। ଅଧ୍ୟୟନ କରୁଥିବା ସମସ୍ତ ଛାତ୍ରୀ ସହ କାର୍ଯ୍ୟରତ ଅଧ୍ୟାପିକା କଲେଜ ପରିସର ମଧ୍ୟରେ ସଂପୂର୍ଣ୍ଣ ସୁରକ୍ଷିତ ଏବଂ ସେମାନଙ୍କ ପ୍ରତି କୌଣସି ପ୍ରକାର ମାନସିକ ଏବଂ ଶାରୀରିକ ନିର୍ଯାତନା ଗ୍ରହଣ ଯୋଗ୍ୟ ନୁହେଁ ବୋଲି ନିଜ ଅଭିଭାଷଣରେ ମତ ବ୍ୟକ୍ତ କରିଥିଲେ । ନାରୀ ସୁରକ୍ଷାକୁ ଆଧାର କରି ସଚେତନତାର ସ୍ଲୋଗାନ ତଥା ଶପଥ ପାଠ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଡାଃ ସନ୍ତୋଷ ନାୟକ, ଭୁବନ ମୋହନ ସାହୁ, ବିଶ୍ୱ ବିହାରୀ ଦଳେଇ, ପ୍ରମୋଦ କୁମାର ନାୟକ, ଲିଜା ଲିନ ଭୋଇଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ କଲେଜର ସମସ୍ତ ଛାତ୍ର ଛାତ୍ରୀ ତଥା ଅଣ ଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories