www.samajalive.in
Sunday, December 7, 2025
14.1 C
Bhubaneswar

ଗ୍ରୀଷ୍ଣ ପ୍ରବାହ ମୁକାବିଲା ସଂପର୍କିତ ମାର୍ଗ ଦର୍ଶିକା ପାଳନ ସହ ସଚେତନତାକୁ ବ୍ୟାପକ କରିବାକୁ ପରାମର୍ଶ

ଭୁବନେଶ୍ୱର : ସଂପ୍ରତି ଚଳିତ ଗ୍ରୀଷ୍ମ ଋତୁରେ ରାଜ୍ୟର ବିଭିନ୍ନ ଜିଲାରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କିପରି ପ୍ରସ୍ତୁତି କରାଯାଇଛି ଓ ଏହା ଜାରି ରହିଛି, ସେ ସଂପର୍କରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଜି ଲୋକ ସେବା ଭବନରେ ଅନୁଷ୍ଠିତ ଏକ ବୈଠକରେ ସ୍ଥିତି ସମୀକ୍ଷା କରିଥିଲେ।୨୦୨୫ ପାଇଁ ଗ୍ରୀଷ୍ମ ପ୍ରବାହର ପ୍ରସ୍ତୁତି, ପ୍ରଶମନ ଏବଂ ପରିଚାଳନା ସମ୍ପର୍କିତ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ଦେଓ ରଂଜନ କୁମାର ସିଂ, ପୁଲିସ ମହାନିର୍ଦ୍ଦେଶକ ଓ୍ୱାଇ.ବି.ଖୁରାନିଆଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନସଚିବ ଏବଂ ବରିଷ୍ଠ ପଦାଧିକାରୀମାନେ ଯୋଗଦେଇଥିଲେ।

ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ  ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମାର୍ଚ୍ଚ ୧୮ ତାରିଖରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ଓ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ କି କି ପଦକ୍ଷେପ ନିଆଯାଇଛି, ସେ ସଂପର୍କରେ ସମୀକ୍ଷା କରାଯାଇଥିଲା।ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ସିଂ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସଂପର୍କରେ ସବିଶେଷ ଉପସ୍ଥାପନ କରିଥିଲେ।
ମୁଖ୍ୟ ଶାସନ ସଚିବ କହିଥିଲେ ଯେ ଗ୍ରୀଷ୍ଣ ମୁକାବିଲା ପାଇଁ ଯେଉଁ ନିର୍ଦ୍ଦେଶ ଦିଆଯାଇଛି, ତାହାର କାର୍ଯ୍ୟକାରିତା ସମ୍ପର୍କରେ ଜିଲାପାଳମାନେ ନିୟମିତ ତଦାରଖ କରନ୍ତୁ। ବିଭିନ୍ନ ଜିଲାରେ ଜଳର ଉପଲବ୍ଧତା ବିଶେଷ କରି ପାନୀୟ ଜଳର ସ୍ଥିତି କିପରି ରହିଛି , ଯେଉଁଠି ପାନୀୟ ଜଳ ସମସ୍ୟା ରହିଛି, ସେଥିପାଇଁ କି କି ପଦକ୍ଷେପ ନିଆଯାଇଛି, ସେ ସଂପର୍କରେ ମୁଖ୍ୟ ଶାସନ ସଚିବ ଜିଲାଓ୍ୱାରୀ ସମୀକ୍ଷା କରିଥିଲେ। ପଂଚାୟତସ୍ତରରୁ ନିୟନିତ ସୂଚନାସଂଗ୍ରହ କରିବାକୁ କୁହାଯାଇଛି।

- Advertisement -

ଜିଲା ସ୍ତରୀୟ ବିଭିନ୍ନ ଅଧିକାରୀମାନଙ୍କୁ ପଂଚାୟତ ସ୍ତରରେ ଓ ବ୍ଲକ ସ୍ତରରେ ସ୍ଥିତି ଅନୁଧ୍ୟାନ ଓ ଗ୍ରୀଷ୍ଣ ପ୍ରବାହ ପରିଚାଳନା ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଝାରସୁଗୁଡା, ସମ୍ବଲପୁର,ବଲାଙ୍ଗିର, ସୁବର୍ଣ୍ଣପୁର, ବରଗଡ଼଼ ଆଦି ବିଭିନ୍ନ ଜିଲାରେ ପାନୀୟ ଜଳର ସ୍ଥିତି ଏବଂ ଗ୍ରୀଷ୍ମ ମୁକାବିଲା ପରିଚାଳନା ସଂପର୍କରେ ମୁଖ୍ୟ ଶାସନ ସଚିବ ପଚାରି ବୁଝିଥିଲେ। ଗ୍ରୀଷ୍ଣ ପ୍ରବାହ ମୁକାବିଲା ପାଇଁ ରହିଥିବା ମାର୍ଗଦର୍ଶିକା ବା ଏସଓପିକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରୀଷ୍ଣ ପରିଚାଳନାକୁ ସଫଳତାର ସହିତ ମୁକାବିଲା କରି ଶୂନ ମୃତାହତ ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।

ଜିଲା ଆପାତକାଳୀନ ଅଧିକାରୀମାନେ ଜିଲାର ସ୍ଥିତି ସଂପର୍କରେ ନିୟମିତ ଭାବେ ଜିଲାପାଳଙ୍କୁ ଅବଗତ କରାଇବେ। ଭାରତୀୟ ପାଣିପାଗ ବିଭାଗ, ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର ନିର୍ଦ୍ଦେଶିକା ମାର୍ଚ୍ଚ ମାସରେ ପାଣିପାଗ ବିଭାଗ ତରଫରୁ କରାଯାଇଥିବା ଗ୍ରୀଷ୍ଣ ପ୍ରବାହ ସଂପର୍କିତ ଆକଳନ, ପ୍ରକୃତ ଅନୁଭୂତ ଏବଂ ଆଗାମୀ ଅପ୍ରେଲ ମାସଠାରୁ ଜୁନ ମାସ ପର୍ଯ୍ୟନ୍ତ ଅନୁଭୂତ ହେବାକୁ ଥିବା ଉପକୂଳ ଏବଂ ଆଭ୍ୟନ୍ତରୀଣ ଓ ଡ଼ିଶାର ଗ୍ରୀଷ୍ଣକାଳୀନ ପାଣିପାଗ ସ୍ଥିତିସଂପର୍କରେ ସମ୍ଭାବ୍ୟ ସ୍ଥିତି ଉପସ୍ଥାପନ କରିଥିଲେ। ବିଭିନ୍ନ ବିଭାଗ ତରଫରୁ ଜିଲାମାନଙ୍କୁ ଗ୍ରୀଷ୍ମ ପ୍ରଭାବ ମୁକାବିଲା ସଂପର୍କରେ ଏସଓପି ପଠାଯାଇଛି।

ତେବେ ରାଜ୍ୟ ରିଲିଫ କିମଶନରଙ୍କ ତରଫରୁ ସମସ୍ତଏସଓପିକୁ ଏକାଠି କରି ଏକ ସଂକଳନ ପ୍ରସ୍ତୁତି କରିବା ଏବଂ ଏହା ସମସ୍ତ ବିଭାଗ ଏବଂ ଜିଲାପାଳମାନଙ୍କୁ ପଠାଇବା ସହିତ ଗ୍ରୀଷ୍ଣ ମୁକାବିଲା ସମ୍ପର୍କିତ ସୂଚନା ସରବରାହ ପ୍ରକ୍ରିୟାକୁ ଅଧିକ ସମନ୍ୱିତ ଓ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ଗଣମାଧ୍ୟମ ଜରିଆରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ପାଇଁ ସୂଚନା ଓ ଲୋକ ସଂପର୍କ ବିଭାଗ ସମନ୍ୱୟରେ ସଂପୃକ୍ତ ବିଭାଗମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories