www.samajalive.in
Sunday, December 14, 2025
23.1 C
Bhubaneswar

ଓ୍ବାକଫ ବିଲ୍ ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ

ସମାଜ ଡିଜିଟାଲ ଡେସ୍କ: ଓ୍ବାକଫ ବିଲକୁ ନେଇ ଚାଲିଥିବା ଆଇନଗତ ଏବଂ ରାଜନୈତିକ ଲଢ଼େଇ ସୁପ୍ରିମକୋର୍ଟରେ ପହଞ୍ଚିଛି। କଂଗ୍ରେସ ସାଂସଦ ମହମ୍ମଦ ଜାଓ୍ବେଦଙ୍କ ସହିତ ଏଆଇଏମଆଇଏମ ମୁଖ୍ୟ ଅସଉଦ୍ଦିନ ଓଓ୍ବେସୀ ବିଲ୍‌ର ସାମ୍ବିଧାନିକ ବୈଧତା ଉପରେ ପ୍ରଶ୍ନ ଉଠାଇ ସର୍ବୋଚ୍ଚ ନ୍ୟାୟାଳୟରେ ପିଟିସନ ଦାୟର କରିଛନ୍ତି।

ଉଭୟ ନେତା ଅଭିଯୋଗ କରିଛନ୍ତି ଯେ, ଓ୍ବାକଫ ବିଲରେ ପ୍ରସ୍ତାବିତ ସଂଶୋଧନ ମୁସଲିମମାନଙ୍କ ମୌଳିକ ଅଧିକାରଗୁଡ଼ିକୁ ଉଲ୍ଲଂଘନ କରୁଛି ଏବଂ ଇସଲାମୀୟ ଧାର୍ମିକ ସମ୍ପତ୍ତିଗୁଡ଼ିକ ଉପରେ ସରକାର ପକ୍ଷପାତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଛନ୍ତି। ସଂସଦର ଉଭୟ ଗୃହରେ ବିଲ୍‌ ପାରିତ ହେବା ପରେ ଆଇନରେ ପରିଣତ ହେବା ଲାଗି ରାଷ୍ଟ୍ରପତିଙ୍କ ମଞ୍ଜୁରୀକୁ ଅପେକ୍ଷା ରହିଛି। ଏହା ପୂର୍ବରୁ ଦୁଇ ନେତା ଆଡଭୋକେଟ ଅନସ ତନଓ୍ବିରଙ୍କ ଜରିଆରେ ପିଟିସନ ଦାୟର କରିଛନ୍ତି।

- Advertisement -

ବିଲ୍‌କୁ ସମୀକ୍ଷା କରିଥିବା ଯୁଗ୍ମ ସଂସଦୀୟ କମିଟିର ସଦସ୍ୟ ଜାଓ୍ବେଦ କହିଛନ୍ତି ଯେ, ବିଲ୍‌ରେ ହୋଇଥିବା ସଂଶୋଧନ ସମ୍ବିଧାନର ଧାରା ୧୪, ୨୫, ୨୬, ୨୯ ଏବଂ ୩୦୦ଏ’କୁ ଉଲ୍ଲଂଘନ କରୁଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories