www.samajalive.in
Monday, December 15, 2025
16.1 C
Bhubaneswar

ଆମେରିକାକୁ ଚୀନର ପାଲଟା ଜବାବ: ବଢ଼ାଇଲା ୩୪% ଶୁଳ୍କ, ଡବ୍ଲ୍ୟୁଟିଓରେ ମାମଲା ରୁଜୁ

ସମାଜ ଡିଜିଟାଲ ଡେସ୍କ: ବିଭିନ୍ନ ରାଷ୍ଟ୍ର ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାରସ୍ପରିକ ଶୁଳ୍କ ଲାଗୁ କରିବା ପରେ ଚୀନ ଏହାର ପାଲଟା ଜବାବ ଦେଇଛି। ଟ୍ରମ୍ପ ଚୀନ ଉପରେ ୩୪% ଅତିରିକ୍ତ ଶୁଳ୍କ ଲାଗୁ କରିଥିଲେ। ପୂର୍ବରୁ ୨୦% ଶୁଳ୍କକୁ ମିଶାଇ ମୋଟ ୫୪% ଶୁଳ୍କ ଲାଗୁ ହୋଇଥିଲା। ଏହାର ଜବାବରେ ଚୀନ ଆମେରିକା ଉପରେ ୩୪% ଶୁଳ୍କ ଲାଗୁ କରିଛି। ଚୀନ ଅର୍ଥ ମନ୍ତ୍ରଣାଳୟ ଶୁକ୍ରବାର ଘୋଷଣା କରିଛି ଯେ, ଚୀନ ଆମେରିକାର ସମସ୍ତ ଉତ୍ପାଦ ଉପରେ ଅତିରିକ୍ତ ୩୪ ପ୍ରତିଶତ ଶୁଳ୍କ ଲାଗୁ କରିଛି। ଆସନ୍ତା ୧୦ ତାରିଖରୁ ଏହା ଲାଗୁ ହେବ। ଏହା ସହିତ ଚୀନ ପକ୍ଷରୁ ବିଶ୍ଵ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ଆମେରିକାର ଶୁଳ୍କ ବୃଦ୍ଧି ନିଷ୍ପତ୍ତି ବିରୋଧରେ ଏକ ମାମଲା ରୁଜୁ କରିଛି ବୋଲି ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories