www.samajalive.in
Sunday, December 7, 2025
26.1 C
Bhubaneswar

ଆମେରିକାରେ ଭାରତୀୟ ଛାତ୍ର ଗିରଫ, ଭିସା ବାତିଲ କଲେ ସରକାର

ନୂଆଦିଲ୍ଲୀ: ଆମେରିକାର ଜର୍ଜଟାଉନ୍ ବିଶ୍ଵବିଦ୍ୟାଳୟରେ ପଢୁଥିବା ଜଣେ ଭାରତୀୟ ଛାତ୍ରଙ୍କୁ ଗିରଫ କରାଯାଇଛି। ଗିରଫ ଭାରତୀୟ ଛାତ୍ରଙ୍କ ନାମ ବଦର ଖାନ ସୁରୀ। ସେ ସେଠାରେ ଜଣେ ପୋଷ୍ଟ ଡକ୍ଟରେଟ୍‌ ଫେଲୋ ଥିଲେ। ତାଙ୍କୁ ଆମେରିକାରୁ ବିତାଡ଼ିତ କରାଯିବ। ଖାନଙ୍କ ଓକିଲଙ୍କ କହିବାନୁସାରେ, ଖାନଙ୍କୁ ସୋମବାର ରାତିରେ ଭର୍ଜିନିଆସ୍ଥିତ ତାଙ୍କ ବାସଭବନରୁ ଗିରଫ କରାଯାଇଥିଲା। ଖବର ଅନୁଯାୟୀ, କିଛି ମୁଖା ପିନ୍ଧିଥିବା ଲୋକ ତାଙ୍କୁ ଗିରଫ କରିବାକୁ ଆସିଥିଲେ। ଗିରଫଦାରୀ କାଗଜପତ୍ର ଅନୁଯାୟୀ, ମୁଖାପିନ୍ଧା ଏଜେଣ୍ଟମାନେ ନିଜକୁ ହୋମ୍‌ଲାଣ୍ଡ ସୁରକ୍ଷା ବିଭାଗର କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ସେମାନେ ଖାନଙ୍କୁ କହିଥିଲେ ଯେ, ସରକାର ତାଙ୍କ ଭିସା ବାତିଲ କରି ଦେଇଛନ୍ତି।

ସୁରୀଙ୍କ ମୁକ୍ତି ପାଇଁ ତାଙ୍କ ଓକିଲ ହସନ ଅହମ୍ମଦ ଦାଖଲ କରିଥିବା ଆବେଦନରେ ଯୁକ୍ତି କରିଛନ୍ତି ଯେ, ସୁରୀଙ୍କ ପତ୍ନୀ ପାଲେଷ୍ଟାଇନ ବଂଶୋଦ୍ଭବ ଏବଂ ଆମେରିକୀୟ ନାଗରିକ, ଏହି କାରଣରୁ ତାଙ୍କୁ ଗିରଫ କରାଯାଇଛି। ସରକାର ସନ୍ଦେହ କରୁଛନ୍ତି ଯେ, ସେ ଏବଂ ତାଙ୍କ ପତ୍ନୀ ଇସ୍ରାଏଲ ପ୍ରତି ଆମେରିକାର ବୈଦେଶିକ ନୀତିକୁ ବିରୋଧ କରୁଛନ୍ତି।

- Advertisement -

 

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories