www.samajalive.in
Tuesday, December 9, 2025
26.1 C
Bhubaneswar

ଆଇସିସି ଚମ୍ପିଆନ୍ସ ଟ୍ରଫି: ଜିତିଲା ଭାରତ, ହାରିଲା ନ୍ୟୁଜିଲାଣ୍ଡ୍

ଦୁବାଇ: ଆଜି ଦୁବାଇରେ ଚାଲିଥିବା ଉତ୍କଣ୍ଠାପୂର୍ଣ୍ଣ ଆଇସିସି ଚମ୍ପିଆନ୍ସ ଟ୍ରଫିର ଫାଇନାଲ ମ୍ୟାଚରେ ଭାରତ ବିଜୟୀ ହୋଇଛି। ନ୍ୟୁଜିଲାଣ୍ଡକୁ  ୪ ୱିକେଟ୍ ହରାଇ ଚମ୍ପିଆନ ହୋଇଛି ଭାରତ।  ଗୋଟିଏ ଓଭର ତଥା ୬ ବଲ ହାତରେ ଥାଇ ନ୍ୟୁଜିଲାଣ୍ଡର ୨୫୨ ରନ ଟାର୍ଗେଟକୁ ପୂରଣ କରିବାରେ ଭାରତ ସଫଳ ହୋଇଥିଲା।

ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଚମ୍ପଆନ୍ସ ଟ୍ରଫି ହାସଲ କରିଛି। ୪ ୱିକେଟରେ ରୋମାଞ୍ଚକର ବିଜୟ ସହ ଭାରତ ଚମ୍ପିଆନ୍‌‌ ହୋଇଛି। ୧୨ ବର୍ଷ ପରେ ଚମ୍ପିଆନ୍ସ ଟ୍ରଫିରେ ଚମ୍ପିଆନ୍‌‌ ହୋଇଛି ଭାରତ। ଅପରାଜେୟ ରହି ତୃତୀୟ ଥର ଚମ୍ପିଆନ୍ସ ଟ୍ରଫି ଜିତିଲା ଭାରତ। ୬ ବଲ ଥାଇ ୨୫୨ ଟାର୍ଗେଟକୁ ଭାରତ ହାସଲ କରିଛି। ରୋହିତ ଶର୍ମାଙ୍କ ଗୁରୁତ୍ୱପୂର୍ଣ୍ଣ ୭୬ ଇନିଂସ ବଳରେ ଭାରତକୁ ଏହି ସଫଳତା ମିଳିପାରିଛି। ଶ୍ରେୟସ ଆୟର ୪୮, ଅକ୍ଷର ପଟେଲ ୨୯ ଏବଂ ଶେଷ ଭାଗରେ କେଏଲ ରାହୁଲଙ୍କ ୩୪ ରନ୍‌‌ର ଯୋଗଦାନ ଦଳକୁ ରୋମାଞ୍ଚକର ଭାବେ ବିଜେତା କରାଇବାରେ ସହାୟକ ହୋଇଛି।

- Advertisement -

ପ୍ରଥମେ ଟସ୍‌‌ ଜିତି ନ୍ୟୁଜିଲାଣ୍ଡ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନ୍ୟୁଜିଲାଣ୍ଡ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୨୫୧ ରନ୍‌‌ ସ୍କୋର କରିବାରେ ସଫଳ ହୋଇଥିଲା ଏବଂ ଭାରତ ଆଗରେ ୨୫୨ରନ୍‌‌ର ବିଜୟ ଲକ୍ଷ୍ୟ ରଖିଥିଲା। ତେବେ ଗୋଟିଏ ଓଭର ପୂର୍ବରୁ ଭାରତ ୨୫୨ ରନ୍ ସ୍କୋର କରି ବିଜୟୀ ହୋଇଥିଲା।

ଡାରିଲ ମିଚେଲ ଏବଂ ବ୍ରେସୱେଲଙ୍କ ଅର୍ଦ୍ଧଶତକ ବଳରେ ନ୍ୟୁଜିଲାଣ୍ଡ ୨୫୧/୭ ସ୍କୋର କରିଛି। ୟଙ୍ଗ ୧୫, ରଚିନ ୩୫, ମିଚେଲ ୬୩, ଫିଲିପ୍ସ ୩୪ ରନ କରିଥିବାବେଳେ ବ୍ରେସୱେଲ ୫୩ରନ୍‌‌ରେ ଅପରାଜିତ ରହିଥିଲେ।
ଭାରତୀୟ ଖେଳାଳୀ ବରୁଣ ଏବଂ କୁଳଦୀପଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଥିଲା। ସେହିପରି ସାମି ଓ ଜାଜେଦା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ସମ୍ମାନଜନକ ଚମ୍ପିଆନ୍ସ ଟ୍ରଫି ହାତେଇବା ପାଇଁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କଡ଼ା ମୁକାବିଲା ଆରମ୍ଭ ହୋଇଥିଲା। ଚମ୍ପିଆନ୍ସ ଟ୍ରଫି ଜିତିବା ପାଇଁ ନ୍ୟୁଜିଲାଣ୍ଡ ଭାରତକୁ ୨୫୨ ଟାର୍ଗେଟ ଦେଇଥିଲା। ତେବେ ୨୫୨ ରନ୍‌‌ ସ୍କୋର କରି ଭାରତ ଆଇସିସି ଚମ୍ପିଆନ୍ସ ଟ୍ରଫି ବିଜେତା ହୋଇଛି।

Hot this week

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

Related Articles

Popular Categories