www.samajalive.in
Tuesday, December 9, 2025
15.1 C
Bhubaneswar

ସିବିଆଇ ଜାଳରେ ରାଜ୍ୟ ଖାଦ୍ୟ ନିଗମ ଶ୍ରମିକ ଠିକାଦାର ଜି ସତ୍ୟ ନାରାୟଣ

ରେଙ୍ଗାଲିକେମ୍ପ: ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ପରମାଣ ପୁର ଫାର୍ମରେ ରହୁଥିବା ରାଜ୍ୟ ଖାଦ୍ୟ ନିଗମ ଶ୍ରମିକ ଠିକାଦାର ଗଡ଼ବର୍ତ୍ତି ସତ୍ୟନାରାୟଣଙ୍କ ଘରେ ଆଜି ହଠାତ୍ ସକାଳ ୮ଟା ସମୟରେ ସିବିଆଇର ୨ଟି ଟିମ୍ ଓଡି ୧୫ଏବି ୨୪୨୫ ଓ ଓଡ଼ି ୧୫ ଏନ୍ ୧୯୧୯ ଗାଡ଼ିରେ ଚଢାଉ କରିଥିବା ଜଣାପଡ଼ିଛି। ଏହା ବ୍ୟତୀତ ଓଡ଼ି ୧୫ ଏବି ୨୪୨୫ ଗାଡ଼ିରେ ଜି ସତ୍ୟନାରାୟଣଙ୍କ ପୁଅ ଜି ଉମା ମହେଶଙ୍କୁ ଗୋଟିଏ ଟିମ୍ ନେଇ ତଦନ୍ତ କରୁଥିବା ବେଳେ ଅନ୍ୟ ଟିମ୍ ଘରେ ସମସ୍ତ କାଗଜ ପତ୍ର ଯାଞ୍ଚ ପ୍ରକ୍ରିୟା ଜାରି ରଖିଥିବା ଜଣାପଡିଛି। ବେଆଇନ ଟଙ୍କା କାରବାର କରୁଥିବା ଅଭିଯୋଗ ନେଇ ଏହି ତଦନ୍ତ କରାଯାଉଥିବା ସମ୍ୟକ୍ ସୂଚନା ରହିଥିଲେ ମଧ୍ୟ ସତ୍ୟ ନାରାୟଣଙ୍କ ବିରୋଧରେ ପୂର୍ବରୁ କଣ ଅଭିଯୋଗ ରହିଥିଲା ନା ନାହିଁ, କେଉଁ ଘଟଣାକୁ କେନ୍ଦ୍ର କରି ସିବିଆଇ ଚଢାଉ କରିଛି ତାହା ସ୍ପଷ୍ଟ ଜଣା ପଡ଼ିନାହିଁ। ତଦନ୍ତ ପରେ ସିବିଆଇ ପକ୍ଷରୁ ସୂଚନା ମିଳିବା ପରେ ପ୍ରକୃତ ଘଟଣା ଜଣାପଡିବ।

ବିଚିତ୍ର ମନ୍ଦିର: ଯେଉଁଠି ଭଲ ହୁଏ ରୋଗ, କେବଳ ଲୁଣ ଓ ଗୁଡରେ ଭଗବାନ ହୁଅନ୍ତି ସନ୍ତୁଷ୍ଟ,ଦେଖନ୍ତୁ ଅଦ୍ଭୁତ ଦୃଶ୍ୟ..

ମାର୍ଚ୍ଚରୁ ସୁନାଭଳି ଚମକିବ ଏହି ରାଶିଙ୍କ ଭାଗ୍ୟ; ହେବ ବଡ ଗ୍ରହଙ୍କ ଚଳନ..

- Advertisement -

ଦେଖନ୍ତୁ ଭିଡିଓ; ବାଇକ୍‌ଆରୋହୀଙ୍କ ସାମାନ୍ୟ ଭୁଲ୍‌ ପାଇଁ ଓଲଟିଲା ଯାତ୍ରୀବାହୀ ବସ୍‌

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories