www.samajalive.in
Sunday, December 14, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ; ବାଇକ୍‌ଆରୋହୀଙ୍କ ସାମାନ୍ୟ ଭୁଲ୍‌ ପାଇଁ ଓଲଟିଲା ଯାତ୍ରୀବାହୀ ବସ୍‌

ନୂଆଦିଲ୍ଲୀ : ରାସ୍ତାରେ ଗାଡି ଚଲାଇବା ହେଉ କିମ୍ବା ପାଦରେ ଚାଲିକି ଯିବା ସମୟରେ ସତର୍କତା ଓ ସଚେତନ ରହିବା ନିତାନ୍ତ ଜରୁରୀ। ଅନେକ ସମୟରେ ଛୋଟ ଛୋଟ ଭୁଲ୍‌ କାରଣରୁ ବଡ ଦୁର୍ଘଟଣା ଘଟିଥାଏ। ମହାରାଷ୍ଟ୍ରରେ ଏଭଳି ହିଁ ଏକ ଘଟଣା ଘଟିଥିବା ସାମ୍ନାକୁ ଆସିଛି। ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଛି।
ଭିଡିଓରେ ଦେଖିପାରିବେ ଜଣେ ବାଇକ୍‌ ଆରୋହୀଙ୍କ ଅସାବଧାନତା କାରଣରୁ ଏକ ଯାତ୍ରୀବାହୀ ବସ୍‌ ବିଚ୍‌ ରାସ୍ତାରେ ଓଲଟି ପଡୁଛି। ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଏହାର ଭିଡିଓ ଭାଇରାଲ୍‌ ହେଉଥିବା ବେଳେ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି।

- Advertisement -

ଏହି ଦୁର୍ଘଟଣା ମହାରାଷ୍ଟ୍ରର ଏକ ବ୍ୟସ୍ତ ରାଜପଥର ବୋଲି ଜଣାପଡିଛି। ଏଠାରେ ଦ୍ରୁତ ଗତିରେ ଏକ ବସ୍‌ ଯାଉଥିଲା। ସେହି ସମୟରେ ହଠାତ୍‌ ସାମ୍ନାରୁ ଏକ ବାଇକ୍‌ ଆରୋହୀ ଭୁଲ୍‌ ଦିଗରେ ଆସି ଯିବାରୁ ବସ୍‌ ଚାଳକ ତୁରନ୍ତ ବ୍ରେକ୍‌ ଲଗାଇବାକୁ ଚେଷ୍ଟା କରିବାରୁ ଅନିୟନ୍ତ୍ରିତ ହେବାରୁ ବସ୍‌ଟି ଓଲଟି ପଡିଥିଲା । ବାଇକ୍‌ ଆରୋହୀ ଟ୍ରାଫିକ୍‌ ନିୟମକୁ ମାନି ନଥିବା ମଧ୍ୟ ଦେଖାଯାଉଛି। ଫଳରେ ଏହି ଦୁର୍ଘଟଣା ଘଟିଛି । ବାଇକ୍‌ ଚାଳକ ଜଣକ ସାବଧାନ ରହିଥିଲେ, ଏଭଳି ଦୁର୍ଘଟଣା ଘଟି ନଥାନ୍ତା ବୋଲି କୁହାଯାଉଛି। ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।

ମାର୍ଚ୍ଚରୁ ସୁନାଭଳି ଚମକିବ ଏହି ରାଶିଙ୍କ ଭାଗ୍ୟ; ହେବ ବଡ ଗ୍ରହଙ୍କ ଚଳନ..

ପ୍ରେମିକାର ଗଳା କାଟି, ପରେ ନିଜ ଗଳା କାଟିଲେ ଯୁବକ

ଯେଉଁ ଦଳ ଅଧିନାୟକ.. ଗୌତମ ଗମ୍ଭୀର ରୋହିତଙ୍କ ବିଷୟରେ ଦେଲେ ଏହି ବଡ ବୟାନ..

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories