ପାଟଣା: ଘଟଗାଁ ବ୍ଲକ ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ଇଲାକା ଢେଙ୍କିକୋଟ ଠାରେ ସବ ପୋଷ୍ଟ ଅଫିସ ବା ଉପଡାକଘର ଦୀର୍ଘ ୫୦ ବର୍ଷ ହେଲା ଭଡ଼ାରେ ଚାଲିଛି। ଇତି ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସରକାରୀ ଜାଗାରେ ଡାକ ବିଭାଗ ନିଜସ୍ଵ ଗୃହ ନିର୍ମାଣ କରି ସାରିଛି । ଢେଙ୍କିକୋଟରେ ବିଭାଗ ପକ୍ଷରୁ ଆଜି ପର୍ଯ୍ୟନ୍ତ ନିଜସ୍ଵ ଉପଡାକଘର କାହିଁକି ନିର୍ମାଣ ପାଇଁ ଉଦ୍ୟମ କରାଯାଇ ନାହିଁ ତାହାହିଁ ଚର୍ଚ୍ଚାର ବିଷୟ ହୋଇଛି। କୋରିଅର, ଇଣ୍ଟରନେଟ ଯୋଗୁଁ ମାନ୍ଦା ପଡି ଆସୁଥିବା ଡାକଘର ବ୍ୟବସ୍ଥା ଏବେ ବିଭିନ୍ନ ସେବା ପାଇଁ ଆଦୃତ ହେଲାଣି । ଆଧାର କାର୍ଡ ସଂଶୋଧନ ହେଉ କି ସ୍ପିଡ ପୋଷ୍ଟ ,ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ହେଉ ,ସଞ୍ଚୟ ଜମା, ବୀମା କ୍ଷେତ୍ରରେ ମଧ୍ୟ ଡାକ ବିଭାଗ ଆସ୍ଥାର ପାତ୍ର ହେଲାଣି ।ତେବେ ଏସବୁ ସେବା ପାଇବା ପାଇଁ ଉପଭୋକ୍ତା ତଥା ଜନସାଧାରଣ ଙ୍କ ପାଇଁ ବର୍ତ୍ତମାନ ର ଭଡ଼ାରେ ଚାଲୁଥିବା ଢେଙ୍କିକୋଟ ଉପଡ଼ାକଘରର ପର୍ଯ୍ୟାପ୍ତ ଜାଗା ନାହିଁ। କାର୍ଯ୍ୟାଳୟ ଗୁହାଳ ସଦୃଶ ହୋଇଛି।ଏବେ ଏହି ଉପଡାକଘର ଅଧୀନ ରେ ପାଟଣା ବ୍ଲକ ର ଚିନାମାଳିପଶି, ପଲାଣଘାଟି, କେତାଙ୍ଗ,ସଦର ବ୍ଲକ ର କାଠବାରୀ,ଘଟଗାଁ ,ବ୍ଲକ ର ଭୋଳବେଡା, ପୋଇପାଣି,କଟରା ବେଡା,ମନୋହରପୁର, ମୁକ୍ତାପୂର୍, ପିପିଳିଆ, ସାନମସିଣାବିଲା,ସାନ୍ତରାପୂର୍,ଓ ତୋରାଣିପୋଖରି ଆଦି ଶାଖା ଡାକ ଘର ରହିଛି ।ଭଡ଼ା ଘର କାର୍ଯ୍ୟାଳୟ ଟି ସଙ୍କୁଚିତ ଥିବାରୁ ଲୋକେ ଠିଆ ହେବାକୁ ବାରଣ୍ଡା ରେ ମଧ୍ୟ ଜାଗା ପାଉ ନାହାନ୍ତି ।ଉପଯୁକ୍ତ ସୁବିଧା ଓ ସେବା ଯୋଗାଇ ଦେବାପାଇଁ ଢେଙ୍କିକୋଟ ଠାରେ ଡାକ ବିଭାଗ ପକ୍ଷରୁ ନୂତନ ଗୃହ ନିର୍ମାଣ କରାଯିବାକୁ ସ୍ଥାନୀୟ ବାସିନ୍ଦା ତଥା କେନ୍ଦୁଝର ସାଂସଦ ଅନନ୍ତ ନାୟକ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଙ୍କ ପକ୍ଷରୁ ଦାବି ହୋଇଛି।
Popular Categories



