www.samajalive.in
Saturday, December 6, 2025
16.1 C
Bhubaneswar

ମାର୍ଚ୍ଚରୁ ସୁନାଭଳି ଚମକିବ ଏହି ରାଶିଙ୍କ ଭାଗ୍ୟ; ହେବ ବଡ ଗ୍ରହଙ୍କ ଚଳନ..

ବର୍ଷ ୨୦୨୫ର ସବୁଠାରୁ ବଡ ରାଶି ପରିବର୍ତ୍ତନ ୨୯ ମାର୍ଚ୍ଚରେ ହେବାକୁ ଯାଉଛି । ସବୁଠାରୁ ଧିମା ଚଳନ କରୁଥିବା ନ୍ୟାୟଦେବତା ଓ କର୍ମଫଳଦାତା ଶନି ଗ୍ରହ ରାଶି ପରିବର୍ତ୍ତନ କରିବେ । ଶନି କୁମ୍ଭରୁ ମୀନ ରାଶିରେ ଚଳନ କରିବେ । ଶନିଦେବ ଗୋଟିଏ ରାଶିରେ ପ୍ରାୟ ଅଢେଇ ବର୍ଷ ରହି ଥାନ୍ତି । ଏହାପରେ ଆଉ ଏକ ରାଶିକୁ ଚଳନ କରି ଥାନ୍ତି । ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଚଳନର ଖୁବ୍‌ ମହତ୍ତ୍ୱ ରହିଛି । ଶନି ୨୯ ମାର୍ଚ୍ଚ ୨୦୨୫ରେ ମୀନ ରାଶିରେ ପ୍ରବେଶ କରିବେ । ପୂର୍ବରୁ ଏହି ରାଶିରେ ରାହୁ ରହିଛନ୍ତି । ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିବ । ମାତ୍ର ଏହି ରାଶିଙ୍କୁ ଶୁଭଫଳ ମିଳିବ..

କର୍କଟ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ବର୍ଷଯାକ ଲାଭ ମିଳିବ । ଜୀବନରେ ସୁଖସମୃଦ୍ଧି ସହ ପରିବାରରେ ହସଖୁସି ବୃଦ୍ଧି ହେବ । ସମାଜରେ ମାନ-ସମ୍ମାନ ବୃଦ୍ଧି ହେବ । ଧନ ଲାଭର ଯୋଗ ରହିଛି । ଅଟକି ଥିବା କାମ ପୂରଣ ହେବ ।
ଘରେ ସୁଖଶାନ୍ତିର ବାତାବରଣ ରହିବ ।

- Advertisement -

ବିଛା- ବ୍ୟବସାୟ ଓ କର୍ମକ୍ଷେତ୍ରରେ ଖୁବ୍‌ ଉନ୍ନତି ହେବ । ପରିବାରରେ ହସଖୁସିର ବାତାବରଣ ରହିବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଅଟକି ଥିବା ଧନ ମିଳିବ । କାମ ପାଇଁ ଯାତ୍ରାର ଯୋଗ ରହିଛି । ପଦନ୍ନୋତିର ଯୋଗ ରହିଛି । କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ ।

ମକର- ଏହି ରାଶିଙ୍କର ଶନି ସାଢେସାତି ଶେଷ ହେବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହେବ । ମାର୍ଚ୍ଚ ପରେ ପ୍ରତ୍ୟେକ କାମରେ ସଫଳତା ମିଳିବ । ନୂଆ କାମର ଆରମ୍ଭ କରିବେ । ଅଟକି ଥିବା ଧନ ମିଳିବ । ପରିବାର ଲୋକଙ୍କ ସହଯୋଗ ମିଳିବ ।

ବାଏ ୱାନ୍‌ ଗେଟ୍‌ ୱାନ୍‌ ଅଫର୍‌; ଲଞ୍ଚ ହେଲା ଏହି ଇଲେକ୍ଟ୍ରିକ୍‌ ସ୍କୁଟର, ଦାମ୍‌ ଲକ୍ଷେ ଟଙ୍କାରୁ ବି କମ୍‌

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories