www.samajalive.in
Sunday, December 7, 2025
26.1 C
Bhubaneswar

ବାଏ ୱାନ୍‌ ଗେଟ୍‌ ୱାନ୍‌ ଅଫର୍‌; ଲଞ୍ଚ ହେଲା ଏହି ଇଲେକ୍ଟ୍ରିକ୍‌ ସ୍କୁଟର, ଦାମ୍‌ ଲକ୍ଷେ ଟଙ୍କାରୁ ବି କମ୍‌

ନୂଆଦିଲ୍ଲୀ : ଏପର୍ଯ୍ୟନ୍ତ ଆପଣ ସଉଦା, ପ୍ରସାଧନ ସାମଗ୍ରୀ କିମ୍ବା ପୋଷାକରେ ବାଏ ୱାନ୍‌ ଗେଟ୍‌ ୱାନ୍‌ ଅଫର୍‌ ବିଷୟରେ ନିଶ୍ଚୟ ଶୁଣିଥିବେ । ମାତ୍ର ଏଭଳି ହିଁ ଏକ ଅଫର୍‌ ଏବେ ଇଲେକ୍ଟ୍ରିକ୍‌ ସ୍କୁଟରେ ମଧ୍ୟ ମିଳୁଛି । komaki x3 electric scooter (କୋମାକୀ ଇଲେକ୍ଟ୍ରିକ୍‌ ସ୍କୁଟର) ଆଜି ଅର୍ଥାତ୍‌ ମାର୍ଚ୍ଚ ୪ରେ ନିଜର ନୂଆ ଏକ୍ସ୩ ଇଲେକ୍ଟ୍ରିକ୍‌ ସ୍କୁଟର ସିରିଜ୍‌କୁ ଲଞ୍ଚ କରିଛି । ଯାହାର ଦାମ୍‌ ୫୨,୯୯୯ ଟଙ୍କାରୁ ଆରମ୍ଭ ହେଉଛି।

କମ୍ପାନୀ ମହିଳା ଦିବସ ଅବସରରେ ଏକ ଖାସ୍‌ ପ୍ରମୋଶନ୍‌ ଅଫର୍‌ ଦେଉଛି । ଯାଦ୍ୱାରା ଗ୍ରାହକଙ୍କୁ ୯୯,୯୯୯ ଟଙ୍କାରେ ୨ଟି ଇଲେକ୍ଟ୍ରିକ୍‌ ସ୍କୁଟର କିଣିବାର ସୁଯୋଗ ପାଇବେ।

- Advertisement -

କୋମାକୀ କହିଛି, ଏହି ଅଫର୍‌ ଅନୁଯାୟୀ, ୨ଟି ସ୍କୁଟର, ୨ଟି ରେଜିଷ୍ଟ୍ରେସନ୍‌, ଓ ୨ଟି ଚାର୍ଜର ମଧ୍ୟ ପ୍ରଦାନ କରାଯିବ । ସେଭଳି ଗୋଟିଏ ନେଲେ ଏହାର ଦାମ୍‌ ୫୨,୯୯୯ ଟଙ୍କା ପଡିବ ।

କମ୍ପାନୀ କୋମାକୀ ଏକ୍ସ୩ରେ ଏହି ଅଫର୍‌ ଆସନ୍ତା ୧ ଏପ୍ରିଲ୍‌ ୨୦୨୫ ପର୍ଯ୍ୟନ୍ତ ମିଳିବ। ଏହାକୁ ଅଫିସିଆଲ୍‌ ୱେବ୍‌ସାଇଟ୍‌ରୁ ୭୯୯ ଟଙ୍କାରେ ବୁକ୍‌ କରି ପାରିବେ।

କୋମାକୀ ଏକ୍ସ୩ ସିରିଜ୍‌ ଖୁବ୍‌ ଶୀଘ୍ର ଚାର୍ଜିଙ୍ଗ୍‌ର କ୍ଷମତା ରଖିଛି। ଏଥିରେ ଲିଥିୟମ-ଆୟନ ବ୍ୟାଟେରୀ, ଡିଜିଟାଲ୍‌ ଡେସବୋର୍ଡ ସହ ଅନେକ ସେଫଟି ଫିଚର୍‌ ମଧ୍ୟ ରହିଛି। ଏହି ସ୍କୁଟର ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ଖୁବ୍‌ ଉତ୍ତମ ।

ଏହାର ଟପ୍‌ ସ୍ପିଡ୍‌ ୫୫ କିମି ପ୍ରତି ଘଣ୍ଟା।

କମ୍ପାନୀ ପକ୍ଷରୁ ଦାବି କରାଯାଇଛି ଯେ, ଥରେ ଚାର୍ଜ କଲେ ଏହି ସ୍କୁଟର ୭୫ରୁ ୧୦୦ କିମି ପର୍ଯ୍ୟନ୍ତ ଡ୍ରାଇଭିଂ ରେଞ୍ଜ ଦେବାକୁ ସକ୍ଷମ।

ଏହି ସ୍କୁଟର ଭାରତରେ କୋମାକୀ ଡିଲରସିପ୍‌ ଓ ଇ-କମର୍ସ ପ୍ଲାର୍ଟଫର୍ମରେ ଉପଲବ୍ଧ।

ମାର୍ଚ୍ଚ ୫ରେ ଗଜକେସରୀ ରାଜଯୋଗ: ଏହି ରାଶିଙ୍କ ଆଉ ରହିବନି ଚିନ୍ତା, ହଠାତ୍‌ ହେବେ ଧନୀ, କିଣିବେ ଭୂମି,ଯାନ..

ବାସି ହେବା ପରେ ଭୁଲ୍‌ରେ ବି ଖାଆନ୍ତୁ ନାହିଁ ଏହି ଖାଦ୍ୟ; ଶରୀର ପାଇଁ ବିଷ ସଦୃଶ..

 

 

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories