ମାର୍ଚ୍ଚ ୫ରେ ଗଜକେସରୀ ରାଜଯୋଗ: ଏହି ରାଶିଙ୍କ ଆଉ ରହିବନି ଚିନ୍ତା, ହଠାତ୍‌ ହେବେ ଧନୀ, କିଣିବେ ଭୂମି,ଯାନ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦେବତାଙ୍କ ଗୁରୁ ବୃହସ୍ପତି ବର୍ତ୍ତମାନ ବୃଷ ରାଶିରେ ରହିଛନ୍ତି । ମେ’ ମାସ ପର୍ଯ୍ୟନ୍ତ ଏହି ରାଶିରେ ରହିବେ । ଏହି ସମୟ ମଧ୍ୟରେ ଅନେକ ଗ୍ରହ ସହ ବୃହସ୍ପତି ଏକାଠି ହୋଇ ଶୁଭ ଯୋଗ ସୃଷ୍ଟି କରିବେ । ବିଶେଷ କରି ଚନ୍ଦ୍ରମା ଓ ଗୁରୁ ଏକାଠି ହେବା ଦ୍ୱାରା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଏ । ୫ ମାର୍ଚ୍ଚ ସକାଳ ୮ଟା ୧୨ରେ ଚନ୍ଦ୍ରମା ବୃଷ ରାଶିରେ ପ୍ରବେଶ କରିବେ । ଏଠାରେ ପୂର୍ବରୁ ହିଁ ବୃହସ୍ପତି ରହିଛନ୍ତି । ଏହି ଶୁଭ ସଂଯୋଗ କାରଣରୁ ଗଜକେସରୀ ରାଜଯୋଗ ସୃଷ୍ଟି ହେବ । ଏହାକୁ ଅତ୍ୟନ୍ତ ଶୁଭଙ୍କର ବୋଲି କୁହାଯାଏ । ଏହି ରାଜଯୋଗ ଫଳରେ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଆର୍ଥିକ ଓ କର୍ମକ୍ଷେତ୍ରରେ ଖୁବ୍‌ ଉନ୍ନତି ହୋଇ ସୁନାଭଳି ଭାଗ୍ୟ ଚମକିବ । ଜାଣନ୍ତୁ କେଉଁ କେଉଁ ରାଶିଙ୍କୁ ମିଳିବ ସଫଳତା, ହୋଲି ପୂର୍ବରୁ ଏହି ରାଶିଙ୍କୁ ଜବରଦସ୍ତ ଲାଭ ମିଳିବ ।

ମେଷ- ମେଷ ରାଶି ବ୍ୟକ୍ତି ବିଶେଷଙ୍କ ଆର୍ଥିକ ସ୍ଥିତି ମଜଭୁତ ହେବ । ବ୍ୟବସାୟରେ ଖୁବ୍‌ ଉନ୍ନତି ହେବ । ଚାକିରି ସହ ଜଡିତ ଅନେକ ଶୁଭ ଖବର ମିଳିବ । ଏହି ସମୟରେ ସଫଳତା ଓ ସୁଖସମୃଦ୍ଧି ବୃଦ୍ଧି ହେବ ।

କର୍କଟ- ଭାଗ୍ୟର ସାଥ୍‌ ମିଳିବ । ଚାକିରିରେ ପଦନ୍ନୋତିର ଯୋଗ ରହିଛି । କର୍ମକ୍ଷେତ୍ରରେ ଉନ୍ନତି ହେବ । ଆମଦାନୀ ବୃଦ୍ଧି ହେବ । ଅଟକି ଥିବା ଧନ ମିଳିବ ।

ବିଛା- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଅନେକ ଶୁଭଫଳ ମିଳିବ । ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଓ ଉନ୍ନତି ହେବ । ଅନେକ ଦିନରୁ ଲାଗି ରହିଥିବା କାମରେ ସଫଳତା ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଭବିଷ୍ୟତରେ ଶୁଭଫଳ ପାଇବେ । ବ୍ୟବସାୟରେ ଉନ୍ନତି ହେବ । ପାରିବାରିକ ଜୀବନ ସୁଖମୟ ହେବ ।

କୁମ୍ଭ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ ଶୁଭଙ୍କର ଏହି ରାଜଯୋଗ । ଗୁରୁ ଓ ଚନ୍ଦ୍ରମା ଏହି ରାଶିରେ ୪ର୍ଥ ସ୍ଥାନରେ ଏକାଠି ହେବାକୁ ଯାଉଛନ୍ତି । ଏହାଦ୍ୱାରା ଜୀବନରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ । ବିଳାସପୂର୍ଣ୍ଣ ଜୀବନର ମଧ୍ୟ ସୁଖ ପାଇବେ । କର୍ମକ୍ଷେତ୍ରରେ ଅନେକ ଉପଲବ୍ଧି ହାସଲ କରିବେ । ପରିଶ୍ରମ କରି ସଫଳତା ପାଇବେ । ଭୂମି, ଯାନ କିଣିବାର ଯୋଗ ରହିଛି । ପାରିବାରିକ ଜୀବନ ସୁଖମୟ ହେବ । ଘରେ ସୁଖଶାନ୍ତି, ହସଖୁସିର ବାତାବରଣ ରହିବ।

ମୀନ- ଏକ ନୂଆ କାମ ଆରମ୍ଭ କରିବେ । ମାନ-ସମ୍ମାନ ବୃଦ୍ଧି ହେବ । ଅଟକି ଥିବା ଅନେକ କାମରେ ସଫଳତା ମିଳିବ । କର୍ମକ୍ଷେତ୍ରରେ ଉନ୍ନତି ସହ ବ୍ୟବସାୟରେ ବଡ ସଫଳତା ମିଳିବ । ପରିବାର ସଦସ୍ୟ ଓ ବନ୍ଧୁଙ୍କ ସହଯୋଗ ମିଳିବ । ଧନ ଲାଭ ହେବ।

 

 

Comments are closed.