www.samajalive.in
Saturday, December 6, 2025
19.1 C
Bhubaneswar

ବିସ୍ଫୋରଣରେ ଉଡ଼ିଗଲା ଘର ଆଜବେଷ୍ଟସ୍‌‌, ଦମ୍ପତି ଗୁରୁତର

ବୋଲଗଡ: ଖୋର୍ଦ୍ଧା ବେଗୁନିଆରେ ବାଣ ଭିଡ଼ିବାବେଳେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣରେ ଘରର ଆଜବେଷ୍ଟସ୍‌‌ ଉଡ଼ିଯାଇଛି। ଏହି ବିସ୍ଫୋରଣରେ ଦମ୍ପତି ଗୁରୁତର ହୋଇଥିବା ଜଣାପଡ଼ିଛି। ବାଣ ଭିଡ଼ିବାବେଳେ ବିସ୍ଫୋରଣ ହୋଇଥିବା ପଡ଼ିଛି। ଗୁରୁତର ଦମ୍ପତିଙ୍କୁ ସେଠାରୁ ଉଦ୍ଧାର ପରେ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଶୋକ ମଲିକ ନିଜ ଘରେ ବାଣ ଭିଡ଼ିବାବେଳେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋଣରେ ବାଣ ବେପାରୀ ଅଶୋକ ଓ ତାଙ୍କ ସ୍ତ୍ରୀ ସୁକାନ୍ତି ଗୁରୁତର ହୋଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ ବେଗୁନିଆ ଥାନା ବୋଲଗଡ ବ୍ଲକ ଗୋପାଳପୁର ପଞ୍ଚାୟତ ଦୁର୍ଗାପ୍ରସାଦ ଗ୍ରାମରେ ମଙ୍ଗଳବାର ବାଣ ବିସ୍ପୋରଣ ଘଟି ୫ବଖରା ଘର ସମ୍ପର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ବାଣ ପ୍ରସ୍ତୁତକାରୀ ଦମ୍ପତି ଗୁରୁତର ହୋଇଛନ୍ତି।

- Advertisement -

ଦୁର୍ଗାପ୍ରସାଦ ଗ୍ରାମର ଅଶୋକ ମଲିକ ଜଣେ ମାଛ ବ୍ୟବସାୟୀ ସହ ବଜାର ଚାହିଦା ଅନୁଯାଇ ଚୋରା ବାଣର ବ୍ୟବସାୟ ବହୁବର୍ଷଧରି କରି ଆସୁଥିଲେ। ଘରେ ବାଣ ପ୍ରସ୍ତୁତ କରି ଜଟଣୀ ପରି ବଡବଡ ବାଣ ପେଣ୍ଠକୁ ପଠାଉଥିଲେ।

ଆଜି ସକାଳ ପ୍ରାୟ ସାଢ଼େ ୧୦ଟା ସମୟରେ ପତ୍ନୀ ସୁକାନ୍ତିଙ୍କ ସହ ବୋମ୍ବାଜି ବାଣ ଭିଡୁଥିବା ବେଳେ ହଠାତ୍ ଚାପ ସୃଷ୍ଟି ହୋଇ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣରେ ହୋଇଥିଲା ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏଥିରେ ଅଶୋକଙ୍କର ୫ ବଖରା ଆଜବେଷ୍ଟସ ଘର ସମ୍ପୂର୍ଣ୍ଣ ଉଡ଼ିଯିବା ସହ ଅଶୋକ ଓ ପତ୍ନୀ ସୁକାନ୍ତି ଗୁରୁତର ହୋଇଛନ୍ତି ।  ଉଭୟଙ୍କୁ ତୁରନ୍ତ ଖୋର୍ଦ୍ଧା ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି  । ବେଗୁନିଆ ପୁଲିସ ଘଟଣା ସ୍ଥଳରେ  ପହଞ୍ଚି ତଦନ୍ତ ଚଳାଇଛନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories