www.samajalive.in
Saturday, December 6, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ; ରାସ୍ତାରେ ଯାଉଥିଲେ ଯୁବକ, ହଠାତ୍‌ ସାମ୍ନାକୁ ଆସିଲା ମହାବଳ ବାଘ, ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ । ଯାହା ଆଶ୍ଚର୍ଯ୍ୟଚକିତ କରିଥାଏ । ନିକଟରେ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି, ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଏଠାରେ ଜଣେ ବାଇକ୍‌ ଆରୋହୀଙ୍କ ସାହସକୁ ଖୁବ୍‌ ପ୍ରଶଂସା କରାଯାଉଛି ।
ଭିଡିଓରେ ଦେଖିପାରିବେ, ଜଣେ ବ୍ୟକ୍ତି ନିଜ ବାଇକ୍‌ରେ ରାସ୍ତାରେ ଯାଉଛନ୍ତି । ହଠାତ୍‌ ସେହି ସମୟରେ ଏକ ବାଘ ରାସ୍ତା ଉପରକୁ ବାଇକ୍‌ ଆରୋହୀ ସାମ୍ନାକୁ ଆସି ଯାଉଛି । ଏଭଳି ପରିସ୍ଥିତିରେ କିଛି ଲୋକେ ଭୟଭୀତ ହୋଇ ଦୌଡି ଥାନ୍ତି । ଏଭଳି କରିବା ଦ୍ୱାରା ଅନେକ ସମୟରେ ଜଙ୍ଗଲୀ ଜନ୍ତୁ ଖୁବ୍‌ ଶୀଘ୍ର ଆକ୍ରମଣ ମଧ୍ୟ କରି ଥାନ୍ତି । ମାତ୍ର ଭିଡିଓରେ ବ୍ୟକ୍ତି ଜଣକ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।


ବାଇକ୍‌ ଚାଳକ ଜଣକ ଶାନ୍ତ ଭାବରେ ସେଠାରେ ହିଁ ଠିଆ ହୋଇ ରହୁଛନ୍ତି । ସେହି ସମୟରେ ବାଘଟି ମଧ୍ୟ ରାସ୍ତା ପାର୍‌ କରି ପଳାଇ ଯାଉଛି । ବ୍ୟକ୍ତିଙ୍କ ସାହସ ଓ ଧୈର୍ଯ୍ୟକୁ ଲୋକେ ବେଶ ପ୍ରଶଂସା କରିଛନ୍ତି । ଭିଡିଓକୁ ଲକ୍ଷ ଲକ୍ଷ ଲୋକେ ଦେଖିବା ସହ ଭିନ୍ନ ଭିନ୍ନ ମତ ଦେଇଛନ୍ତି । କେହି କେହି କହିଛନ୍ତି, ଜଙ୍ଗଲ ରାସ୍ତା ହେଉ ଅଥବା ସଫାରୀରେ ଜଙ୍ଗଲୀ ଜନ୍ତୁଙ୍କ ସାମ୍ନାସାମ୍ନି ହେଲେ ଶାନ୍ତ ହୋଇ ରହିଲେ ବିପଦ ଖୁବ୍‌ କମ୍‌ । ନଚେତ୍‌ ଜଙ୍ଗଲୀ ଜନ୍ତୁ କିଛି ବିପଦ ଅନୁଭବ କରି ତୁରନ୍ତ ଆକ୍ରମଣ କରି ଥାନ୍ତି ।

ଏହି ସ୍ମାର୍ଟୱାଚ୍‌ ରୋକିବ ହୃଦଘାତ!

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories