www.samajalive.in
Saturday, December 6, 2025
14.1 C
Bhubaneswar

ହାରେ ଅବା ଜିତେ.. ସର୍ବଦା ରହିବି ଅସହାୟଙ୍କ ସହିତେ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ଚକୁଳି ପଞ୍ଚାୟତର ଚକୁଳି ଫାର୍ମଠାରେ ଦୀର୍ଘ ୫୦ ବର୍ଷରୁ ବସବାସ କରୁ ଆସୁଥିବା ୨୬ଟି ଦଳିତ ବର୍ଗର ଗରିବ ପରିବାରଙ୍କୁ ଡବଲ ଇଞ୍ଜିନ ସରକାର ଜବରଦଖଲ ଉଚ୍ଛେଦ ନାଁରେ ଘରଦ୍ୱାର ଆସବାବପତ୍ର ଫିଙ୍ଗି, ଅଚାନକ ଘର ଭାଙ୍ଗି ବେଦଖଲ କରିଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି। ସେମାନଙ୍କର କୌଣସି ଥଇଥାନ ନ କରି ହଠାତ୍ ତାଙ୍କ ଘର ଭାଙ୍ଗି ଦେଇ ତାଙ୍କୁ ବାସହୀନ କରି ଦିଆଯାଇଛି। ତେଣୁ ସେମାନେ ଗତ ତିନି ଦିନ ତଳେ ତହସିଲ ଅଫିସ ଘେରି ତାଙ୍କୁ ଥଇଥାନ ନ କରିବା ପର୍ଯ୍ୟନ୍ତ ହଟିବେ ନାହିଁ ବୋଲି କହିଥିଲେ। ତାଙ୍କର ଦୁଃଖ ଶୁଣିବାକୁ ସେଦିନ ତହସିଲଦାରଙ୍କ ବ୍ୟତୀତ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିଲେ। ମାସକ ଭିତରେ ତାଙ୍କୁ ପଟ୍ଟା ଦେବା ପାଇଁ ତହସିଲଦାର କହିଥିଲେ। ଏହି ଦୁଃଖଦ ଖବର ପାଇବା ପରେ ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ତାଙ୍କ ପାଖରେ ପହଞ୍ଚିଥିଲେ। ପରିବାର ବର୍ଗଙ୍କୁ ଆଶ୍ବାସନା ଦେବାସହ ତାଙ୍କୁ ଉଚିତ୍ ଥଇଥାନ ନ କରିବା ପର୍ଯ୍ୟନ୍ତ ସେ ତାଙ୍କ ସହିତ ରହିଛନ୍ତି ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ତିନି ଦିନ ହେଲା ଅତାବିରା ତହସିଲ ଅଫିସ ଭିତରେ ଯାଯାବର ଭାବରେ ପିଲା ଛୁଆଙ୍କୁ ନେଇ ରହୁଛନ୍ତି ବାସହୀନ ପରିବାର। ଏପଟେ ପିଲାମାନଙ୍କର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଚାଲୁଛି। ପିଲାଙ୍କର ପରୀକ୍ଷାକୁ ନେଇ ସରକାର ସମ୍ବେଦନଶୀଳ ଥିବା ସମୟରେ ଏହି ପିଲାମାନଙ୍କ ଭବିଷ୍ୟତ କଥା ଚିନ୍ତା ନ କରି ପରୀକ୍ଷା ସମୟରେ ଏଭଳି ପରିସ୍ଥିତିରେ ତାଙ୍କୁ ପକାଇବା କେତେ ଯଥାର୍ଥ ବୋଲି ପରିବାର ବର୍ଗ ପ୍ରକାଶ କରୁଛନ୍ତି। ସୋମବାର ପୁଣି ସ୍ନେହାଙ୍ଗିନୀ ଛୁରିଆ ଏହି ଅସହାୟ ପରିବାର ବର୍ଗଙ୍କୁ ଭେଟି ତାଙ୍କ ସୁଖ ଦୁଃଖ ପଚାରିଛନ୍ତି। ପରିବାର ବର୍ଗ ପଲିଥିନ ତଳେ ରୋଷେଇ କରି ଅତ୍ୟନ୍ତ ଦୁଃଖରେ ରହୁଥିବା ଦେଖି ସେ ମ୍ରିୟମାଣ ହୋଇ ପଡ଼ିଥିଲେ। ଛୋଟ ଛୁଆ, ବୃଦ୍ଧ, ବୃଦ୍ଧା, ରୋଗୀଣା ବ୍ୟକ୍ତିଙ୍କୁ ଧରି ଖୋଲା ଆକାଶ ତଳେ ଭୋକ ଉପାସରେ ପଡ଼ି ରହିବା ସରକାରଙ୍କ କେଉଁ ମାନସିକତାକୁ ଦର୍ଶାଉଛି। ମାନବିକତା ଶୂନ୍ୟ, ସମ୍ବେଦନହୀନ ଶାସନ ଓ ପ୍ରସାଶନକୁ ଚେତାବନୀ ଦେଇ ସ୍ନେହାଙ୍ଗିନୀ କହିଛନ୍ତି ଯେ, ତୁରନ୍ତ ବିସ୍ଥାପିତ ପରିବାରକୁ ଘରଡିହ ଜମି ଓ ଘର ଯୋଗାଇ ଦିଆଯାଉ ନଚେତ ଆନ୍ଦୋଳନ ପନ୍ଥା ନେବାକୁ ବାଧ୍ୟ ହେବୁ।

ସ୍ନେହାଙ୍ଗିନୀ କହିଛନ୍ତି, ନିର୍ବାଚନ ସରୁସରୁ ଗୋଡ଼ଭଗାରୁ ରେଙ୍ଗାଲିକାମ୍ପ ପର୍ଯ୍ୟନ୍ତ ଗରିବ ବ୍ୟବସାୟୀ ଭାଇମାନଙ୍କର ଦୋକାନ ଗୃହ ମଧ୍ୟ ରାସ୍ତା ନାଁରେ ରାତାରାତି ଭାଙ୍ଗି ଦିଆଗଲା, ଯାହା ନବୀନ ବାବୁଙ୍କ ସରକାରରେ ୨୪ ବର୍ଷ ଦେଖା ନ ଥିଲା। ଗରିବଙ୍କ ପେଟକୁ ଲାତ ମାରି ଧନୀ ସ୍ୱାର୍ଥକୁ ଜଗିବା ବିଜେପି ସରକାରଙ୍କ ମୂଳଲକ୍ଷ୍ୟ ବୋଲି ସେ ପ୍ରକାଶ କରିଛନ୍ତି। ଜନସାଧାରଣ ଏହାର ମୁକ ସାକ୍ଷୀ, ସମୟ ଆସିଲେ ସେମାନେ ଏହାର ଜବାବ ଦେବେ ବୋଲି ସ୍ନେହାଙ୍ଗିନୀ କହିଛନ୍ତି। ତେବେ କ୍ଷମତାରେ ଥିବା ସରକାର ଏହି ଅସହାୟ ପରିବାରଙ୍କ ପାଖ ମାଡୁ ନଥିବାବେଳେ ସ୍ନେହାଙ୍ଗିନୀ ଛୁରିଆ ଅସହାୟମାନଙ୍କ ପାଖକୁ ପହଞ୍ଚି ତାଙ୍କର ଦରଦୀ ବନ୍ଧୁ ସାଜିଥିଲେ, ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories