www.samajalive.in
Friday, December 5, 2025
26.1 C
Bhubaneswar

ହିସାରରୁ ଅଯୋଧ୍ୟାକୁ ଉଡ଼ିବ ବିମାନ: ନୂତନ ଟର୍ମିନାଲ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ, ବ୍ୟୟ ଅଟକଳ ୪୧୦କୋଟି

ହିସର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ହିସାରରୁ ଅଯୋଧ୍ୟାକୁ ଏକ ବ୍ୟବସାୟିକ ବିମାନ ଉଡ଼ାଣ ପାଇଁ ବିମାନବନ୍ଦରରେ ନୂତନ ଟର୍ମିନାଲ ବିଲ୍ଡିଂର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ତାଙ୍କ ଦଳ ଦ୍ୱାରା ରାଜ୍ୟର ଦାୟିତ୍ୱ ତାଙ୍କୁ  ଦିଆଯାଇଥିଲା, ସେତେବେଳେ ସେ ଅନେକ ସହକର୍ମୀଙ୍କ ସହିତ ଘନିଷ୍ଠ ଭାବେ କାମ କରିଥିଲେ। ହରିୟାଣାରେ ଦଳର ମୂଳଦୁଆକୁ ମଜବୁତ କରିବାରେ ସେ ଏହି ସହକର୍ମୀଙ୍କ ଉତ୍ସର୍ଗ ଏବଂ ଉଦ୍ୟମକୁ ପ୍ରଶଂସା କରିଥିଲେ। ଏହାସହିତ ଏକ ବିକଶିତ ହରିୟାଣା ଏବଂ ଏକ ବିକଶିତ ଭାରତର ଲକ୍ଷ୍ୟ ପ୍ରତି ତାଙ୍କ ଦଳର ପ୍ରତିବଦ୍ଧତା ପାଇଁ ସେ ଗର୍ବିତ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ହରିୟାଣା ମୁଖ୍ୟମନ୍ତ୍ରୀ ନୟାବ ସିଂ ସାଇନି ଏବଂ ଅନେକ ରାଜ୍ୟ ମନ୍ତ୍ରୀ ଉପସ୍ଥିତ ଥିଲେ।

- Advertisement -

ବିମାନ ଯାତ୍ରାକୁ ସୁରକ୍ଷିତ, ସୁଲଭ ଏବଂ ସମସ୍ତଙ୍କ ପାଇଁ ଉପଲବ୍ଧ କରାଇବା ପାଇଁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ମହାରାଜା ଆଗ୍ରାସେନ ବିମାନବନ୍ଦରର ନୂତନ ଟର୍ମିନାଲ ବିଲ୍ଡିଂର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି, ଯାହାର ବ୍ୟୟ ଅଟକଳ ଆନୁମାନିକ ୪୧୦ କୋଟିରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଏଥିରେ ଏକ ଅତ୍ୟାଧୁନିକ ଯାତ୍ରୀ ଟର୍ମିନାଲ, ଏକ କାର୍ଗୋ ଟର୍ମିନାଲ ଏବଂ ଏକ ଏଟିସି ବିଲଡିଂ ଅନ୍ତର୍ଭୁକ୍ତ ହେବ। ଏହି ପ୍ରକଳ୍ପ ଦୁଇ ବର୍ଷ ମଧ୍ୟରେ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି।

ହିସାରରୁ ଅଯୋଧ୍ୟା ଅଭିମୁଖେ ଉଡ଼ାଣ ଭରିବା ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ  ନୂତନ ଟର୍ମିନାଲ ବିଲ୍ଡିଂର ଭିତ୍ତି ପ୍ରସ୍ତର  ସ୍ଥାପନ ପୂର୍ବରୁ ଏକ ବିବୃତ୍ତିରେ କୁହାଯାଇଥିଲା ଯେ ହିସାରରୁ ଅଯୋଧ୍ୟାକୁ ସପ୍ତାହରେ ଦୁଇଥର ବିମାନ  ଉଡ଼ିବ। ତେବେ  ଜମ୍ମୁ, ଅହମ୍ମଦାବାଦ, ଜୟପୁର ଏବଂ ଚଣ୍ଡିଗଡ଼କୁ ସପ୍ତାହରେ ତିନିଟି ବିମାନ ଉଡ଼ିବ, ଯାହା ହରିଆଣାରେ ବିମାନ ସେବା କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଭୀମ ରାଓ ଆମ୍ବେଦକରଙ୍କ ଜନ୍ମ ବାର୍ଷିକୀ ପାଳନ ପାଇଁ ସୋମବାର ଦିନ ରାଜ୍ୟରେ ୧୦,୦୦୦ କୋଟି ଟଙ୍କା ମୂଲ୍ୟର ଅନେକ ବିକାଶମୂଳକ ପଦକ୍ଷେପ ଆରମ୍ଭ କରିବାକୁ ମୋଦୀ ହରିୟାଣା ଗସ୍ତରେ ଅଛନ୍ତି।

Hot this week

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

Related Articles

Popular Categories