www.samajalive.in
Monday, December 8, 2025
14.1 C
Bhubaneswar

ନାବାଳିକାକୁ ଗଣ ଦୁଷ୍କର୍ମ: ୩ ଯୁବକଙ୍କ ସଂପୃକ୍ତ, ପୁଲିସ ତଦନ୍ତ ଆରମ୍ଭ

ସୁନ୍ଦରଗଡ଼଼: ସୁନ୍ଦରଗଡ଼଼ ଜିଲା ତଳସରା ଥାନା ଅଞ୍ଚଳରେ ଲଜ୍ଜା। ଜଙ୍ଗଲକୁ ଟେକି ନେଇ ନାବାଳିକାକୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏକୋଇଶିଆ ଭୋଜି ଖାଇ ସାଙ୍ଗମାନଙ୍କ ସହ ଫେରୁଥିବାବେଳେ ତାଙ୍କୁ ଜଙ୍ଗଲକୁ ଟେକି ନେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଗଣଦୁଷ୍କର୍ମରେ ୩ ଯୁବକଙ୍କ ସଂପୃକ୍ତି ଥିବା ଅଭିଯୋଗ କରାଯାଇଛି।

ତଳସରା ଥାନା ଅଞ୍ଚଳରେ ଏକୋଇଶିଆ ଭୋଜି ଖାଇ ୩ ଜଣ ନାବାଳିକା ସାଙ୍ଗ ହୋଇ ଫେରୁଥିଲେ। ଜଙ୍ଗଲ ରାସ୍ତାରେ ଆସୁଥିବାବେଳେ ୩ଜଣ ଯୁବକ ସେମାନଙ୍କୁ ଜୋର ଜବରଦସ୍ତ କରିଥିଲେ। ସେମାନଙ୍କ ହାବୁଡରୁ ୨ଜଣ ନାବାଳିକା ଖସି ପଳାଇ ଆସିବାରେ ସଫଳ ହୋଇଥିଲେ। ତେବେ ଜଣେ ନାବାଳିକୁ ୩ଜଣ ଯୁବକ ଧରି ନେଇ ଜଙ୍ଗଲକୁ ଟେକି ନେଇଥିଲେ ଏବଂ ସେଠାରେ ଗଣ ଦୁଷ୍କର୍ମ କରିଥିଲେ ବୋଲି ସୂଚନା ମିଳିଛି।

- Advertisement -

ତଳସରା ଥାନାରେ ଏ ସମ୍ପର୍କରେ ଅଭିଯୋଗ କରାଯିବା ପରେ ପୁଲିସ ଘଟଣାସ୍ଥଳ ପରିଦର୍ଶନ ସହ, ତଦନ୍ତ ଆରମ୍ଭ କରିଛି। ଗଣଦୁଷ୍କର୍ମ ଘଟଣାରେ ୩ଜଣ ଯୁବକ ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ସେମାନଙ୍କୁ ଗିରଫ ପାଇଁ ପୁଲିସ ଚଢ଼ାଉ ଜାରି ରଖିଥିବା ସୂଚନା ଦେଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories