www.samajalive.in
Monday, December 8, 2025
17.1 C
Bhubaneswar

ବୈଶାଖ ମାସର ଦ୍ବିତୀୟ ସୋମବାର, ଆଖଣ୍ଡଳମଣି ଚଳଚଞ୍ଚଳ

ଆରଡି : ପବିତ୍ର ମହା ବିଷୁବ ସଂକ୍ରାନ୍ତିଠାରୁ ବାବା ଆଖଣ୍ଡଳମଣିଙ୍କ ପୀଠରେ ଆରମ୍ଭ ହୋଇଛି ବୈଶାଖୀବ୍ରତ। ଏହି ଅବସରରେ  ଏକମାସଧରି ମଣିବାବା ଜଳଛାୟାରେ ରହିଥାନ୍ତି। ଏଥିପାଇଁ ମନ୍ଦିରର ପରମ୍ପରା ଅନୁଯାୟୀ ଗୋପାଳଭକ୍ତମାନେ ଏକମାସ ଧରି ବ୍ରତ ରଖିବା ସହ ପ୍ରତି ସୋମବାରରେ  ବିଭିନ୍ନ ନଦୀରୁ ଜଳଭାର ଧରି ମଣିବାବାଙ୍କ ପାଖକୁ ଆସି ସେବାୟତଙ୍କ ଦ୍ବାରା ଜଳଲାଗି କରିଥାନ୍ତି। । ବୈଶାଖ୍ଯମାସର ୨ୟ ସୋମବାରରେ ଗୋପାଳଭକ୍ତଙ୍କ ସହ ଭକ୍ତଙ୍କ ଭିଡ ଜମିଥିଲା ।  ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ରୁଦ୍ରତାପରୁ ମଣିବାବାଙ୍କର ଉପଶମ ନିମନ୍ତେ  ଶହଶହ ବର୍ଷ ଧରି ଆରଡିପୀଠରେ ଏହି ପ୍ରଥା ପାଳିତ ହୋଇ ଆସୁଥିବା କହିଛନ୍ତି ଭକ୍ତ ଓ ସେବାୟତ। ଭକ୍ତମାନଙ୍କର  ଭିଡକୁ ଦୃଷ୍ଟିରେ ରଖି ଜିଲା ପୁଲିସ ଓ ମନ୍ଦିର ପ୍ରଶାସନ  ପକ୍ଷରୁ ପୀଠରେ କଡା ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଇଥିଲା।  ସେହିପରି ଶୃଙ୍ଖଳିତ ଦର୍ଶନ ଓ ଜଳଲାଗି ପାଇଁ ମନ୍ଦିର ଭିତରେ ବାହାରେ ବ୍ଯାରିକେଡ ବ୍ଯବସ୍ଥା କରାଯାଇଥିଲା। ଅନ୍ଯପଟେ ଦୈନନ୍ଦିନ ନୀତିନୀର୍ଘଣ୍ଟର ସାମନ୍ଯ ପରିବର୍ତ୍ତନ କରାଯାଇ ଭୋର ୪ଟାରେ ଦ୍ବାରଫିଟା ଯାଇ ମଙ୍ଗଳ ଆଳତୀ ସହ ଘର୍ଷଣଲାଗି, ଘର୍ଷଣଲାଗି ହେବା ପରେ ମଣିବାବାଙ୍କୁ ଦିଗମ୍ବର ବେଶରେ ପହିଲି ବାଲ୍ଯଭୋଗ ସମ୍ପନ୍ନ ହୋଇଛି । ସକାଳ ୬ଟାରୁ ଗୋପାଳଭକ୍ତମାନେ ଧାଡିରେ ଯାଇ ଜଳଲାଗି କରୁଛନ୍ତି। ସମସ୍ତ  ସକାଳ ଧୂପ  ମଧ୍ଯାହ୍ନ ୧ଟା ସୁଦ୍ଧା ସରିବା ପରେ ଅବକାଶ ନୀତି ସରିବା ପରେ  ଅପରାହ୍ନରେ ବଡସିହାଂର ବେଶରେ ମଣିବାବାଙ୍କୁ ସଜ୍ଜିତ କରାଯାଇ ସମସ୍ତ ନୀତି କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories