www.samajalive.in
Tuesday, December 9, 2025
17.1 C
Bhubaneswar

ସାମଗ୍ରିକ ବିକାଶ ପାଇଁ କୋରାପୁଟକୁ ମିଳିଲା ପ୍ରଧାନମନ୍ତ୍ରୀଙ୍କ ଉତ୍କର୍ଷ ପୁରସ୍କାର

ଡେସ୍କ: ସୋମବାର ପ୍ରଶାସନିକ ସେବା ଦିବସ ଅବସରରେ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାକୁ ସାମଗ୍ରିକ ବିକାଶ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଉତ୍କର୍ଷ ପୁରସ୍କାର ମିଳିଛି। କୋରାପୁଟ ଜିଲ୍ଲାପାଳ ୱି କୀର୍ତ୍ତି ୱାସନ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

କୋରାପୁଟ ଜିଲ୍ଲାରେ ସାମାଜିକ ବିକାଶମୂଳକ କାର୍ଯ୍ୟକ୍ରମ ଓ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ କରିବା ସହ ଯୋଜନାର ସୁଫଳ ଯେଭଳି ସମସ୍ତଙ୍କ ନିକଟରେ ପହଂଚି ପାରିବ ସେ କ୍ଷେତ୍ରରେ ସଫଳତା ଯୋଗୁ ଏହି ପୁରସ୍କାର ମିଳିଛି। ପୁରସ୍କାର ଗ୍ରହଣ କରିବା ପରେ କୋରାପୁଟ ଜିଲ୍ଲାପାଳ କହିଛନ୍ତି, ସାମାଜିକ ସୁରକ୍ଷା ଯୋଜନାଗୁଡ଼ିକ ଯେପରି ଶେଷ ମାଇଲରେ ପହଞ୍ଚିବ ସେଥିପାଇଁ ନିଆଯାଇଥିବା ଅନେକ ଅଭିନବ ପଦକ୍ଷେପର ପରିଣାମ ହେଉଛି ଏହି ମାନ୍ୟତା।

- Advertisement -

ହର ଘର ଜଲ ଯୋଜନା, ପିଏମ ଆବାସ ଯୋଜନା (ସହରାଞ୍ଚଳ ଓ ଗ୍ରାମୀଣ), ମିଶନ ଇନ୍ଦ୍ରଧନୁଷ, ପିଏମ-ଜନ ଆରୋଗ୍ୟ ଯୋଜନା, ପିଏମ ଉଜ୍ଜ୍ୱଳା ଯୋଜନା, ପିଏମ ସ୍ୱନିଧି, ପିଏମ ମାତୃ ବନ୍ଦନା ଯୋଜନା, ପିଏମ ବିଶ୍ୱକର୍ମା ଯୋଜନା, ପିଏମ ପୋଷଣ ଯୋଜନା ଏବଂ କିଷାନ କ୍ରେଡିଟ୍ କାର୍ଡ ଯୋଜନା ଭଳି ପଦକ୍ଷେପର ପ୍ରଭାବଶାଳୀ କାର୍ଯ୍ୟକାରିତା ଏହି ମାନ୍ୟତା ପ୍ରଦାନରେ ସହାୟକ ହୋଇଛି ବୋଲି ଜିଲ୍ଲାପାଳ କହିଛନ୍ତି।

ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ସଂସ୍ଥାଗତ ପ୍ରସବକୁ ପ୍ରୋତ୍ସାହିତ କରିବାରେ ସହାୟକ ହୋଇଛି ବୋଲି ଜିଲ୍ଲାପାଳ ଉଲ୍ଲେଖ କରିଥିଲେ। ସେ କହିଛନ୍ତି, “ଆମେ ମା’ ଗୃହ (ପ୍ରସୂତି ପ୍ରତୀକ୍ଷା ଗୃହ) ଚଳାଉଛୁ ଯେଉଁଠାରେ ଗର୍ଭବତୀ ମହିଳାମାନଙ୍କୁ ସେମାନଙ୍କ ସନ୍ତାନ ଜନ୍ମ ତାରିଖର ୧୫ ଦିନ ପୂର୍ବରୁ ମା’ ଗୃହରେ ଭର୍ତ୍ତି କରାଯାଏ ଏବଂ ସୁରକ୍ଷିତ ଅନୁଷ୍ଠାନିକ ପ୍ରସବ ପାଇଁ ସେମାନଙ୍କର ସମ୍ପୂର୍ଣ୍ଣ ଯତ୍ନ ସୁନିଶ୍ଚିତ କରାଯାଏ।

ଏହାବ୍ୟତୀତ ପିଏମ୍ ପୋଷଣ ଯୋଜନା ଅଧୀନରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ସେବା ପ୍ରଦାନ କରୁଥିବା ବିଦ୍ୟାଳୟ ଓ ସରକାରଙ୍କ ଦ୍ୱାରା ପରିଚାଳିତ ଆବାସିକ ଅନୁଷ୍ଠାନରେ ବାଜରା ଭିତ୍ତିକ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି।

ଏହି ସଫଳତାକୁ ସାମୂହିକ ପ୍ରୟାସର ଫଳ ବୋଲି କହିବା ସହ ଏହା ଜିଲ୍ଲା ପ୍ରଶାସନର ସମସ୍ତ ସଦସ୍ୟଙ୍କୁ ନେଇ ଏକ ଦଳଗତ ପ୍ରୟାସ ବୋଲି ସେ କହିଛନ୍ତି। ଏହି ପୁରସ୍କାର ଆମ ଲୋକେ ସମ୍ମୁଖୀନ ହେଉଥିବା ଆହ୍ୱାନର ମୁକାବିଲା ଜାରି ରଖିବା ପାଇଁ ଏକ ବଡ଼ ପ୍ରେରଣା।

ଏହି ପୁରସ୍କାର ସ୍ୱରୂପ ଏକ ଟ୍ରଫି ଏବଂ ୨୦ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ମିଳିଛି ଯାହା କଲ୍ୟାଣକାରୀ କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ କରିବା କିମ୍ବା ସାର୍ବଜନୀନ ସେବା ଯୋଗାଣରେ ସମ୍ବଳ ଅଭାବ ପୂରଣ କରିବା ପାଇଁ ବ୍ୟବହୃତ ହେବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories