ଭୁବନେଶ୍ୱର : ଭାଙ୍ଗିଲା ସବୁ ରେକର୍ଡ। ୧ ଲକ୍ଷ ଟଙ୍କା ଟପିଲା ସୁନା ଦର। ଏପ୍ରିଲ ୨୨ ଅର୍ଥାତ୍ ମଙ୍ଗଳବାର ସୁନା ଦର ପ୍ରଥମ ଥର ପାଇଁ ଲକ୍ଷେ ଟଙ୍କା ଅତିକ୍ରମ କରିଛି।
୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୧,୦୧,୩୫୦ ଟଙ୍କାକୁ ବୃଦ୍ଧି ପାଇଛି। ଗତକାଲି ଏହା ୯୮,୩୫୦ ଟଙ୍କା ଥିଲା । ଦିନକରେ ୩,୦୦୦ ଟଙ୍କା ଦାମ୍ ବୃଦ୍ଧି ପାଇଛି।
୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୯୨,୯୦୦ ରହିଛି । ଗତକାଲି ଏହା ୯୦,୧୫୦ ଟଙ୍କା ରହିଛି । ଦିନରେ ଏହା ୨,୭୫୦ ଟଙ୍କା ବୃଦ୍ଧି ପାଇଛି।
୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୭୬,୦୧୦ ଟଙ୍କାରେ ପହଞ୍ଚିଛି। ଗତକାଲି ଏହା ୭୩,୭୬୦ ଟଙ୍କା ରହିଥିଲା । ଏଥିରେ ୨,୨୫୦ ବୃଦ୍ଧି ପାଇଛି।
ରୁପା ଦରରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ଆଜି ୧୦୦ ଗ୍ରାମ୍କୁ ୧୧,୧୦୦ ରହିଛି । ଗତକାଲି ମଧ୍ୟ ୧୧,୧୦୦ ଥିଲା
କେହି ବ୍ୟବହାର କରୁଛି କି ଆପଣଙ୍କ ଆଧାରକାର୍ଡ, ଏମିତି ଚୁଟ୍କିରେ ଜାଣି ପାରିବେ..



