www.samajalive.in
Tuesday, December 9, 2025
16.1 C
Bhubaneswar

ପାନୀୟ ଜଳ ପାଇଁ ପୋଡ଼ମପେଟା ଗ୍ରାମବାସୀ ହିନସ୍ତା

ଗଞ୍ଜାମ: ବର୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁଁ ଲୋକମାନେ ଅସ୍ତବ୍ୟସ୍ତ ହେଉଥିବାବେଳେ ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଲୋକଙ୍କ କଷ୍ଟକୁ ଦ୍ବିଗୁଣିତ କରିଛି। ଫଳରେ ଲୋକମାନେ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟା ପ୍ରତି କାହାରି ଯେମିତି ଚିନ୍ତା ନାହିଁ। ଏଥିପ୍ରତି ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ପଡୁ ନ ଥିବାବେଳେ ନିର୍ବାଚିତ ପ୍ରତିନିଧିଙ୍କ ଆନ୍ତରିକତା ନାହିଁ, ଫଳରେ ସାଧାରଣ ଲୋକଙ୍କୁ ଅସୁବିଧା ଭୋଗ କରିବାକୁ ପଡୁଛି। ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଞ୍ଚାୟତର ପୋଡାମପେଟା ଓ ଡିଆରପି କଲୋନୀରେ ରହିଥିବା ପ୍ରାୟ ୩୭୫ ପରିବାର ଉତ୍କଟ ପାନୀୟ ଜଳ ସମସ୍ୟା ଦେଇ ଗତି କରୁଛନ୍ତି। ବସୁଧା ଯୋଜନାରେ ବିଭିନ୍ନ ଅଞ୍ଚଳକୁ ଯୋଗାଣ ହେଉଥିବା ଜଳ କିଛି ଦିନ ହେଲା ଖାରି ପାଣି ଯୋଗୁଁଁ ବିଭାଗୀୟ କର୍ତ୍ତୃପକ୍ଷ ବନ୍ଦ କରିଦେଇଛନ୍ତି। ଯାହାକୁ ନେଇ ଲୋକଙ୍କର ବର୍ତ୍ତମାନ ଖରାଦିନେ ସମସ୍ୟା ଦ୍ବିଗୁଣ ହୋଇଛି। ପୋଡମପେଟା ଗ୍ରାମବାସୀଙ୍କ ପାଇଁ ପାନୀୟ ଜଳ ନିମନ୍ତେ ବଟେଶ୍ୱର ମନ୍ଦିର ନିକଟରେ ଥିବା ନଳକୂପ ହିଁ ବର୍ତ୍ତମାନ ଭରସା। ସମସ୍ତେ ମସ୍ୟଜୀବୀ ପରିବାର ହୋଇଥିବା ଯୋଗୁଁଁ ପୁରୁଷମାନେ ସମୁଦ୍ରକୁ ମାଛ ମାରିବା ପାଇଁ ଯାଉଥିବା ଯୋଗୁଁଁ ମହିଳାମାନେ ୪ କି.ମି. ଯାଇ ପାନୀୟ ଜଳ ବଡ଼ କଷ୍ଟରେ ଆଣୁଛନ୍ତି, ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖିବାକୁ ମିଳିଛି। ଏହି ସମସ୍ୟା ସମ୍ପର୍କରେ ପ୍ରଶାସନ ପକ୍ଷରୁ କୌଣସି ବିକଳ୍ପ ବ୍ୟବସ୍ଥା କରାଯାଇନାହିଁ।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେଲା ମେଗା ପାନୀୟ ଜଳ ପ୍ରକଳ୍ପ ‘ବସୁଧା’ ମାଧ୍ୟମରେ ପାନୀୟ ଜଳ ଯୋଗାଣ ବନ୍ଧ ରହିଛି। ଏହି ଯୋଜନାରେରେ ଗଞ୍ଜାମ ବ୍ଲକର ୫୫ଟି ଗ୍ରାମକୁ ପାନୀୟ ଜଳ ଯୋଗାଣ ହେଉଥିଲା, ତାହା ଏବେ ବନ୍ଦ। ଜିଲା ପ୍ରଶାସନ ଏବଂ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories