କଣ୍ଟାବାଞ୍ଜି: ବସ୍ରୁ ପଡି ନବମ ଶ୍ରେଣୀ ଛାତ୍ରୀ ଗୁରୁତର। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି କୁକୁଡାହାଟ ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି। ଆଜି ବସ୍ ରୁ ଛିଟକି ପଡି ଜଣେ ଛାତ୍ରୀ ଗୁରୁତର ହୋଇଛନ୍ତି। ଛାତ୍ରୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ବଲାଙ୍ଗୀର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Popular Categories



