ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରଘୁନନ୍ଦନ ଦାସ ସକ୍ରିୟ ରାଜନୀତିରୁ ଅବସର ନେଇଥିବା ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ନିଜେ ରଘୁନନ୍ଦନ ସଙ୍କେତ ଦେଇଛନ୍ତି। ନବମ ଥର ପାଇଁ ନବୀନ ପଟ୍ଟନାୟକ ବିଜେଡି ସଭାପତି ହେବା ପରେ ରଘୁନନ୍ଦନ ନବୀନ ନିବାସ ଆସିଥିଲେ। ନବୀନଙ୍କୁ ଦେଖା କରିବା ସହ ବ୍ୟକ୍ତିଗତ ପ୍ରସଙ୍ଗରେ ରଘୁନନ୍ଦନ ଆଲୋଚନା କରିଥିବା ଜଣାପଡ଼ିଛି।
ଏ ସମ୍ପର୍କରେ ରଘୁନନ୍ଦନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଶରୀର ଅସୁସ୍ଥ ଯୋଗୁ ରାଜନୀତିରେ ଅଧିକ ସମୟ ଦେଇପାରୁନାହିଁ। ମୋର କିଛି ବ୍ୟକ୍ତିଗତ କଥା ଥିଲା। ମୁଁ ନିଜର ବ୍ୟକ୍ତିଗତ କଥା ପାଇଁ ନବୀନଙ୍କ ପାଖକୁ ଆସିଥିଲି। ମୋର କିଡ୍ନୀ ପ୍ରତିରୋପଣ ହୋଇଛି। ମୋ ଦେହ ଅସୁସ୍ଥ ଥିଲା। ଏଥିପାଇଁ ମୁଁ ରାଜନୀତିରେ ଏତେ ସକ୍ରିୟ ନାହିଁ। ଧରି ନିଅନ୍ତୁ ଯେ ମୁଁ ରାଜନୀତିରୁ ଅବସର ନେଇଗଲି। ହେଲେ ବିଜେଡି ପ୍ରତି ମୋ ଆନୁଗତ୍ୟ ରହିବ। ଅସୁସ୍ଥତା କାରଣରୁ ଏଥର ମୁଁ ନିର୍ବାଚନ ଲଢ଼ିନଥିଲି। ଟିକଟ ମିଳିଲାନି ବୋଲି ଅସନ୍ତୋଷ ନାହିଁ। ଅସନ୍ତୋଷ ଥିଲେ ବିଦ୍ରୋହ କରିଥାନ୍ତି; ଆଉ ବାଲିକୁଦା-ଏରସମାରେ ବିଜେଡି ହାରିଥାନ୍ତା। ବିଜେଡିର କାର୍ଯ୍ୟକାରିଣୀରେ ସ୍ଥାନ ମିଳିଛି କି ପ୍ରଶ୍ନରେ ରଘୁନନ୍ଦନ କହିଛନ୍ତି, ତାହା ସଭାପତିଙ୍କ ଉପରେ ନିର୍ଭର କରେ। ଦୀର୍ଘଦିନ ହେବ କାର୍ଯ୍ୟକାରିଣୀ ଓ ରାଜ୍ୟ ପରିଷଦରେ ସଦସ୍ୟ ଥିଲି।
ରାଜନୀତିରୁ ରଘୁନନ୍ଦନଙ୍କ ଅବସର !
Popular Categories



