www.samajalive.in
Monday, December 15, 2025
24.1 C
Bhubaneswar

ବୈଷୟିକ ଜ୍ଞାନ କୌଶଳ ଲୋକଙ୍କ ଆଶା ଓ ଆକାଂକ୍ଷାରେ ପରିବର୍ତ୍ତନ ଆଣିଛି

ଭୁବନେଶ୍ଵର: ଆମେ ଆଜି ଏକ ନୂଆ ଯୁଗରେ ବାସ କରୁଛେ। ବୈଷୟିକ ଜ୍ଞାନ କୌଶଳ ର ବ୍ୟବହାର ଓ ପ୍ରୟୋଗ  ଯୋଗୁଁ ଲୋକଙ୍କ ଆଶା ଓ ଆକାଂକ୍ଷାରେ ପରିବର୍ତ୍ତନ ଘଟୁଛି। ତଦନୁସାରେ ବୈଦ୍ୟୁତିକ , ମୁଦ୍ରିତ, ସାମାଜିକ ତଥା ଡିଜିଟାଲ ଗଣମାଧ୍ୟମର ଗୁରୁତ୍ଵପୂର୍ଣ୍ଣ ବୃଦ୍ଧି ପାଇଛି। ସରକାରଙ୍କ ଅଗ୍ରାଧିକାର କ୍ଷେତ୍ର ଚିହ୍ନଟ , ଯୋଜନା ଓ ନୀତି ନିର୍ଦ୍ଧାରଣରେ ଗଣମାଧ୍ୟମର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ରାଜ୍ୟ ସରକାର ୨୦୩୬ ସୁଦ୍ଧା  ବିକାଶିତ ଓଡିଶାର ଲକ୍ଷ୍ୟ ସାଧନ ଦିଗରେ ଯେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି , ସେଥିପାଇଁ ଗଣମାଧ୍ୟମର ସହଯୋଗ ଅପରିହାର୍ଯ୍ୟ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ କହିଛନ୍ତି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ସମୃଦ୍ଧ ଓଡିଶା ଗଠନର ରୂପରେଖ ସମ୍ପର୍କରେ ଗଣମାଧ୍ୟମ ସମ୍ପାଦକଙ୍କ ସହିତ ଏକ ଆଲୋଚନା ଚକ୍ର ଉତ୍କର୍ଷ ଓଡିଶା ମେକ୍ ଇନ୍ ଓଡିଶା ସମ୍ମେଳନ ଅବସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମାଜର ମୁଦ୍ରାକର ଓ ପ୍ରକାଶକ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ଯୋଗଦେଇ ବିକଶିତ ଓଡିଶାର ସ୍ଵପ୍ନ ପୂରଣ ପାଇଁ ଗ୍ରାମ୍ୟ ଅର୍ଥନୀତିର ବିକାଶ, ଯୋଜନା ପ୍ରସ୍ତୁତି ସହିତ ଏହାର କାର୍ଯ୍ୟକାରିତା ପାଇଁ ସମ୍ମିଳିତ ପ୍ରୟାସ ଉପରେ ଗୁରୁତ୍ଵ ଦେଇଥିଲେ। ସେ କହିଥିଲେ ଗୋଟିଏ ଉଦ୍ୟମ କରିବା ସବୁଠୁ ବଡ କଥା। ଏହି ଉଦ୍ୟମ ଆଗାମୀ ଦିନରେ କେତେ ସଫଳ ଏବଂ ବିଫଳ ହେବ ପରବର୍ତ୍ତୀ ସମୟରେ ଚିନ୍ତା କରାଯାଇପାରିବ। ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନ ନେଇ ଯୋଜନା ଓ କାର୍ଯ୍ୟକ୍ରମ ଗୁଡିକୁ ସଠିକ୍ ଭାବରେ କିପରି କାର୍ଯ୍ୟାନ୍ବୟନ କରିବା ହେଉଛି ବଡ ଆହ୍ବାନ। ସରକାରୀ ଯୋଜନା କାର୍ଯ୍ୟାନ୍ବୟନରେ ବାଟ ହୁଡିଲେ ତାକୁ ଗଣମାଧ୍ୟମ ସରକାରଙ୍କ ଜ୍ଞାତସାରକୁ ଆଣିବା ପ୍ରମୁଖ ଦାୟିତ୍ଵ ବୋଲି ଡ. ଆଚାର୍ଯ୍ୟ କହିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories