୧୮ ବର୍ଷ ପରେ ରାହୁ-ଶୁକ୍ରଙ୍କ ଅତ୍ୟନ୍ତ ଶୁଭ ଯୋଗ ପୁଣି ଶକ୍ତିଶାଳୀ ଗଜକେସରୀ ଯୋଗ; ଏହି ରାଶି ହେବେ ଭାଗ୍ୟବାନ୍‌, ସବୁ ଚିନ୍ତା ହେବ ଦୂର..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସମସ୍ତ ଗ୍ରହଙ୍କ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ ଖୁବ୍‌ ଖାସ୍‌ ବୋଲି କୁହାଯାଏ । ଏହାସହ ୨ଟି ଗ୍ରହ ପରସ୍ପର ସହ ଏକାଠି ହେଲେ ମଧ୍ୟ ବିଶେଷ ସଂଯୋଗ ହୋଇଥାଏ । ୨୮ ଜାନୁଆରୀରେ ଶୁକ୍ର ମୀନ ରାଶିରେ ପ୍ରବେଶ କରି ସାରିଛନ୍ତି । ଏଠାରେ ପୂର୍ବରୁ ହିଁ ରାହୁ ବିରାଜମାନ ରହିଛନ୍ତି । ରାହୁ-ଶୁକ୍ର ଏକାଠି ହେବା ପରେ କିଛି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଜବରଦସ୍ତ ଲାଭ ମିଳିବ । ୧୮ ବର୍ଷ ପରେ ଏଭଳି ଶୁଭ ଯୋଗ ହେବାକୁ ଯାଉଛି । ଏହାସହ ବୃହସ୍ପତି ବର୍ତ୍ତମାନ ବୃଷ ରାଶିରେ ରହିଛନ୍ତି । ବୃଷ ରାଶିରେ ଗୁରୁ ଓ ଚନ୍ଦ୍ରମା ୬ ଫେବୃଆରୀ ସକାଳେ ଏକାଠି ହେବାକୁ ଯାଉଛନ୍ତି । ଫଳରେ ଶକ୍ତିଶାଳୀ ଗଜକେସରୀ ରାଜଯୋଗ ହେବାକୁ ଯାଉଛି । ଏହାର ମଧ୍ୟ ଶୁଭ ପ୍ରଭାବ ରାଶି ଉପରେ ପଡିବ । ଏହି ଗଜକେସରୀ ରାଜଯୋଗ ପରେ ଏହାର ପ୍ରଭାବ ସମସ୍ତ ୧୨ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । ବ୍ୟବସାୟ ଠାରୁ ଚାକିରି, ପରିବାର ଧନ ସମ୍ପତ୍ତି ଅନେକ ଖୁସି ପ୍ରାପ୍ତି ହୋଇଥାଏ ।

ମିଥୁନ – ଆର୍ଥିକ ସ୍ଥିତିରେ ଶୁଭ ପରିବର୍ତ୍ତନ ହେବ । ଚାକିରିରେ ପଦନ୍ନୋତିର ଯୋଗ ରହିଛି । ବନ୍ଧୁଙ୍କ ସହ ସମ୍ପର୍କ ମଜଭୁତ ହେବ । ମାନ-ସମ୍ମାନ ବୃଦ୍ଧି ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ପରିବାରରେ ହସଖୁସିର ବାତାବରଣ ରହିବ । ଟଙ୍କା ଖର୍ଚ୍ଚ କମ୍‌ ହେବ ।

କର୍କଟ- ପୈତୃକ ସମ୍ପତ୍ତିରୁ ଲାଭ ମିଳିବ । ବିଦେଶ ଯାତ୍ରାର ଯୋଗ ରହିଛି । ଚାକିରିର ଯୋଗ ରହିଛି । କର୍ମକ୍ଷେତ୍ରରେ ଶୁଭ ପରିବର୍ତ୍ତନ ହେବ ।

ସିଂହ – ଗଜକେସରୀ ରାଜଯୋଗ ଫଳରେ ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । ଅନେକ ସୁଯୋଗ ମିଳିବ । ହଠାତ୍‌ ଧନ ଲାଭ ହେବ । ଅଟକି ଥିବା ସମସ୍ତ କାମ ପୂରଣ ହେବ । କର୍ମକ୍ଷେତ୍ରରେ ଶୁଭଫଳ ପ୍ରାପ୍ତି ହେବ ।

ତୁଳା- ପରିଶ୍ରମର ଶୁଭଫଳ ମିଳିବ । ଯାତ୍ରା କରି ଲାଭବାନ୍‌ ହେବେ । ଚାକିରିରେ ଶୁଭଫଳ ମିଳିବ । ବିଦେଶ ଯାତ୍ରାର ଯୋଗ ରହିଛି ।

ମୀନ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଧନ ପ୍ରାପ୍ତି ହେବ । ଭାଗ୍ୟର ସାଥ୍‌ ମିଳିବ । ଅଟକି ଥିବା କାମ ପୂରଣ ହେବ । ମନସ୍କାମନା ପୂରଣ ହେବ । ସମ୍ପର୍କ ମଜଭୁତ ହେବ । କର୍ମକ୍ଷେତ୍ରରେ ଶୁଭଫଳ ମିଳିବ । ବ୍ୟବସାୟରେ ସଫଳତା ମିଳିବ ।

ଲାଗି ରହୁଛି କି ରୋଗ? ଗ୍ରହ ଦୋଷ ନୁହେଁ ତ କାରଣ, ଜାଣନ୍ତୁ କେଉଁ ଗ୍ରହଙ୍କ ପାଇଁ ହୁଏ କି ରୋଗ, କେମିତି ଦୂର ହେବ ସମସ୍ୟା..

Comments are closed.