www.samajalive.in
Saturday, December 6, 2025
16.1 C
Bhubaneswar

ବୋରୱେଲ ପମ୍ପ ଚୋରି ମାମଲାରେ ଅଭିଯୁକ୍ତକୁ ବର୍ଷେ ଜେଲ

କେନ୍ଦୁଝରଗଡ଼: ବୋରୱେଲ ପମ୍ପ ଚୋରି ମାମଲାରେ କେନ୍ଦୁଝର ଉପଖଣ୍ଡ ବିଚାରପତି ଅଭିଯୁକ୍ତକୁ ଏକ ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୨ମାସ ସଶ୍ରମ କାରାଦଣ୍ଡାଦେଶ ମଧ୍ୟ ଶୁଣାଇଛନ୍ତି ଅଦାଲତ। କେନ୍ଦୁଝର ସହର ଉପକଣ୍ଠ ଠାକୁରପାଟଣା ଗ୍ରାମର ଆଶିଷ ପ୍ରିୟଦର୍ଶୀ ନିଜ ଚାଷ ଜମିରେ ଏକ ବୋରୱେଲ ଖୋଳି ପମ୍ପ ବସାଇଥିଲେ। ପମ୍ପ ବସାଇବା କିଛିଦିନ ପରେ ୨୭ ସେପ୍ଟେମ୍ବର ୨୦୨୪ ରାତିରେ ତାଙ୍କ ଜମିରେ ବୋରୱେଲରେ ବସାଇଥିବା ପମ୍ପକୁ ଗ୍ରାମର କାଳିଆ ଓରଫ ହେମନ୍ତ ନାଏକ ଚୋରି କରି ନେଇଥିବା ଜାଣିବା ପରେ ଏ ନେଇ ପ୍ରିୟଦର୍ଶୀ ୨୯ ସେପ୍ଟେମ୍ବର ୨୦୨୪ରେ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଟାଉନ ଥାନା ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇ ଅଭିଯୁକ୍ତ କାଳିଆର ଘରୁ ଚୋରି ପମ୍ପକୁ ଉଦ୍ଧାର କରିବା ସହ ଏହି ମାମଲାରେ ପୁଲିସ ଅଭିଯୁକ୍ତ କାଳିଆକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ ମୋଟ ୪ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି କେନ୍ଦୁଝର ଉପଖଣ୍ଡ ବିଚାରପତି ସୁମିତ୍ରା କୁମାରୀ ଦାଶ ଅଭିଯୁକ୍ତ କାଳିଆକୁ ବର୍ଷେ ଜେଲ ସହ ୫ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୨ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ସତ୍ୟବ୍ରତ ମହାନ୍ତି ଓ ହିମାଂଶୁ ଶେଖର ମହାନ୍ତି ମକଦ୍ଦମା ପରିଚାଳନା କରୁଥିଲେ।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories