www.samajalive.in
Saturday, December 13, 2025
26.1 C
Bhubaneswar

ବୋରୱେଲ ପମ୍ପ ଚୋରି ମାମଲାରେ ଅଭିଯୁକ୍ତକୁ ବର୍ଷେ ଜେଲ

କେନ୍ଦୁଝରଗଡ଼: ବୋରୱେଲ ପମ୍ପ ଚୋରି ମାମଲାରେ କେନ୍ଦୁଝର ଉପଖଣ୍ଡ ବିଚାରପତି ଅଭିଯୁକ୍ତକୁ ଏକ ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୨ମାସ ସଶ୍ରମ କାରାଦଣ୍ଡାଦେଶ ମଧ୍ୟ ଶୁଣାଇଛନ୍ତି ଅଦାଲତ। କେନ୍ଦୁଝର ସହର ଉପକଣ୍ଠ ଠାକୁରପାଟଣା ଗ୍ରାମର ଆଶିଷ ପ୍ରିୟଦର୍ଶୀ ନିଜ ଚାଷ ଜମିରେ ଏକ ବୋରୱେଲ ଖୋଳି ପମ୍ପ ବସାଇଥିଲେ। ପମ୍ପ ବସାଇବା କିଛିଦିନ ପରେ ୨୭ ସେପ୍ଟେମ୍ବର ୨୦୨୪ ରାତିରେ ତାଙ୍କ ଜମିରେ ବୋରୱେଲରେ ବସାଇଥିବା ପମ୍ପକୁ ଗ୍ରାମର କାଳିଆ ଓରଫ ହେମନ୍ତ ନାଏକ ଚୋରି କରି ନେଇଥିବା ଜାଣିବା ପରେ ଏ ନେଇ ପ୍ରିୟଦର୍ଶୀ ୨୯ ସେପ୍ଟେମ୍ବର ୨୦୨୪ରେ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଟାଉନ ଥାନା ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇ ଅଭିଯୁକ୍ତ କାଳିଆର ଘରୁ ଚୋରି ପମ୍ପକୁ ଉଦ୍ଧାର କରିବା ସହ ଏହି ମାମଲାରେ ପୁଲିସ ଅଭିଯୁକ୍ତ କାଳିଆକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ ମୋଟ ୪ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି କେନ୍ଦୁଝର ଉପଖଣ୍ଡ ବିଚାରପତି ସୁମିତ୍ରା କୁମାରୀ ଦାଶ ଅଭିଯୁକ୍ତ କାଳିଆକୁ ବର୍ଷେ ଜେଲ ସହ ୫ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୨ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ସତ୍ୟବ୍ରତ ମହାନ୍ତି ଓ ହିମାଂଶୁ ଶେଖର ମହାନ୍ତି ମକଦ୍ଦମା ପରିଚାଳନା କରୁଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories