www.samajalive.in
Monday, December 8, 2025
14.1 C
Bhubaneswar

ବାଉଁଶ ବ୍ୟବସାୟୀଙ୍କ ଘର ଉପରକୁ ବୋମାମାଡ, ଦୁର୍ବୃତ୍ତ ଫେରାର୍‌

କଟକ: କଟକ ସଦର ଥାନା ସୁଭଦ୍ରାପୁରରେ ଅଭାବନୀୟ ଘଟଣା  ଘଟିଛି।  ବାଉଁଶ ବ୍ୟବସାୟୀଙ୍କ ଘର ଉପରକୁ ବୋମାମାଡ ହୋଇଛି। ବ୍ୟବସାୟିକ ଶତ୍ରୁତାରୁ ବୋମାମାଡ ସନ୍ଦେହ କରାଯାଉଛି। ସୂଚନା ମୂତାବକ ଗତକାଲି ବିଳମ୍ବିତ ରାତିରେ ବାଉଁଶ ବ୍ୟବସାୟୀ ଅଜୟ ନାୟକ ଘରେ ଥିବା ବେଳେ ହଠାତ୍ କେହି ଦୁର୍ବୃତ୍ତ ଆସି ତାଙ୍କ ଘର ଉପରକୁ ବୋମାମାଡ କରିଛନ୍ତି। ପ୍ରଚଣ୍ଡ ଶଦ୍ଦରେ ଚର୍ତୁଦିଗ ଧୂଆଁମୟ ହୋଇଯାଇଥିଲା। କିନ୍ତୁ ଏଥିରେ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି। ସେପଟେ ଖବର ପାଇ ସଦର ଥାନା ଆଇଆଇସି  ଏବଂ ଜୋନ୍ ୪ ଏସପି ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି। ଅନ୍ୟପଟେ ଘଟଣା ଘଟିବା ପରେ ଦୁର୍ବୃତ୍ତ ମାନେ ଫେରାର୍‌ ହୋଇଯାଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories