www.samajalive.in
Sunday, December 7, 2025
14.1 C
Bhubaneswar

ଚାଷୀ-ମିଲର ବିବାଦ ତୁଟିଲା, କୁଲାଇଲୋ ମଣ୍ଡିରୁ ଧାନ ଉଠିଲା

ଆଠଗଡ : ଚାଷୀ ମିଲର ବିବାଦ ତୁଟିଲା, କୁଲାଇଲୋ ମଣ୍ଡିରୁ ଧାନ ଉଠିଲା।  କୁଲାଇଲୋ ସେବା ସମବାୟ ସମିତି ମଣ୍ଡିରେ ଧାନର ଏଫଏକ୍ୟୁ ମାନକୁ  ନେଇ ଚାଷୀ ଓ ମିଲରଙ୍କ ମଧ୍ୟରେ ଲାଗିରହିଥିଲା। ଶୁକ୍ରବାର ଏହାର ସମାଧାନ ହେବା ପରେ ଶନିବାର ଚାଷୀଙ୍କ ଧାନ ଉଠିଥିବା ଜଣାପଡିଛି । କୁଲାଇଲୋ ମଣ୍ଡିକୁ ବିକ୍ରୟ ପାଇଁ ଚାଷୀ ଆଣିଥିବା ଧାନର ନିର୍ଦ୍ଧାରିତ ଏଫଏକ୍ୟୁ ମାନ ସଠିକ ନଥିବା ଦର୍ଶାଇ ସେହି ମଣ୍ଡି ପାଇଁ ନିଯୁକ୍ତ ମିଲର ଧାନ ଉଠାଇବାକୁ ଅରାଜି ହୋଇଥିଲେ। ଧାନର ମାନ ଏଫଏକ୍ୟୁ ଅନୁଯାୟୀ ଠିକ୍ ନଥିଲେ କ୍ବିଣ୍ଟାଲ ପିଛା ୫ କେଜି କମ୍ କଲେ ସେମାନେ ଧାନ ଉଠାଇବେ ବୋଲି ମିଲର କହିଥିବାବେଳେ ଚାଷୀ ୩ କେଜିରୁ ଅଧିକ ନକାଟିବାକୁ ଅଡି ବସିଥିଲେ । ଫଳରେ ସେଠାରେ ଅଚଳାବସ୍ଥା ଜାରି ରହିବାରୁ ଆଠଗଡ ସହକାରୀ ଯୋଗାଣ ଅଧିକାରୀ ଓ ସମବାୟ ବିଭାଗ ଅଧିକାରୀ କୁଲାଇଲୋ ମଣ୍ଡିକୁ ଯାଇ ଚାଷୀଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । ଉତ୍ତ୍ୟକ୍ତ ଚାଷୀ ମଣ୍ଡି ମୁଖ୍ୟ ଫାଟକରେ ତାଲା ପକାଇ ଦେବା ସହ ଶନିବାର ଆଠଗଡ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଥିଲେ । ତେବେ ଶନିବାର କୁଲାଇଲୋ ଠାରେ ପ୍ରଶାସନ, ଚାଷୀ ଓ ମିଲରଙ୍କ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ପରେ ସମାଧାନର ରାସ୍ତା ବାହାରିଥିଲା । ଯେଉଁ ଚାଷୀଙ୍କ ଧାନ ସଠିକ ଏଫଏକ୍ୟୁ ମାନର ହୋଇନଥିବ ତାଙ୍କର କ୍ବିଣ୍ଟାଲ ପିଛା ୪ କେଜି କମ୍ କରି ମିଲର ଧାନ ଉଠାଇବେ ବୋଲି ସହମତି ପ୍ରକାଶ ପାଇବା ପରେ ଧାନ କ୍ରୟ ପ୍ରକ୍ରିୟା ସ୍ୱାଭାବିକ ହୋଇଥିଲା ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories