www.samajalive.in
Sunday, December 7, 2025
16.1 C
Bhubaneswar

ଶୀତ ଅଧିବେଶନର ତୃତୀୟ ଦିନ: ଆଜି ବି ସରଗରମ ରହିବ ଗୃହ

ଭୁବନେଶ୍ବର : ସରଗରମ ହେବ ବିଧାନସଭା। ଆଜି ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ।  ଶିଶୁ ବିକ୍ରି, ଆମ୍ବ ଟାକୁଆ ଖାଇ ଆଦିବାସୀ ମୃତ୍ୟୁ ଏବଂ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଆଦି ବଡ ପ୍ରସଙ୍ଗ ଆଜି ଗୃହରେ ଉଠିବ। ଆଜି ବିଭିନ୍ନ ବିଭାଗ ର ପ୍ରଶ୍ନକାଳ ମଧ୍ୟ ରହିଛି।  ବିରୋଧୀ ଦଳ ପକ୍ଷରୁ  ମୁଲତବୀ ପ୍ରସ୍ତାବ ଦିଆଯିବ । ବୁଧବାର ଦ୍ଵିତୀୟ ଦିନରେ ଗନ୍ଧମାର୍ଦନ ପାହାଡ ପାଦଦେଶ ଜମି ଘରୋଇ କମ୍ପାନୀକୁ ସରକାର ବିକ୍ରି କରିବାକୁ ନେଇ ବିଧାନସଭାରେ ଉଭୟ ବିରୋଧୀ ଓ ଶାସକ ଦଳ ବିଧାୟକ ମୁହାଁମୁହିଁ ହୋଇଥିଲେ। ଆରୋପ-ପ୍ରତ୍ୟାରୋପରେ ଗୃହ କମ୍ପିଥିଲା। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ସରକାରଙ୍କୁ ଜବାବ ମାଗି ଘେରିଥିବାବେଳେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଉତ୍ତର ରଖି ପାଲଟା ଶାଣିତ ଆକ୍ରମଣ କରିଥିଲେ। ଗନ୍ଧମାର୍ଦନର ଇଞ୍ଚେ ଜମି ସରକାର କାହାକୁ ବିକ୍ରି କରିବେ ନାହିଁ। ଯଦି ସରକାର ଜମି ବିକ୍ରି କରିବାକୁ ନିଷ୍ପତ୍ତି ନିଅନ୍ତି, ଗନ୍ଧମାର୍ଦନ ସୁରକ୍ଷା ପାଇଁ ସେ ନିଜେ ଆନ୍ଦୋଳନରେ ସାମିଲ ହେବେ ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ରୋକ୍‌ଠୋକ୍ ଗୃହରେ କହିଥିଲେ। ଶାସକ ଦଳର ପାଲଟା ଆକ୍ରମଣରେ ବିରୋଧୀ ଦଳ ଉପନେତା ଶ୍ରୀ ଆଚାର୍ଯ୍ୟ ତୁନି ପଡିଯାଇଥିବା ଦେଖିବାକୁ ମିଳିଥିଲା।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories