ବାଂଲାଦେଶୀ ଯୁବତୀଙ୍କୁ ସେକ୍ସ ରାକେଟରେ ସମ୍ପୃକ୍ତି ମାମଲା: ମିଳିଲା ନାବାଳିକାଙ୍କ ଜନ୍ମ ପ୍ରମାଣ ପତ୍ର

କଟକ : ବାଂଲାଦେଶୀ ଯୁବତୀଙ୍କୁ ସେକ୍ସ ରାକେଟରେ ସମ୍ପୃକ୍ତି ମାମଲା। ମିଳିଲା ନାବାଳିକାଙ୍କ ବାର୍ଥ ସାର୍ଟିଫିକେଟ୍। ବାର୍ଥ ସାର୍ଟିଫିକେଟରୁ ନାବାଳିକାଙ୍କୁ ବର୍ତ୍ତମାନ ୧୭ ବର୍ଷ  ହୋଇଥିବା ଜଣାପଡିଛି। ନାବାଳିକା ର ବାପା ମା’ ତାଙ୍କର ଜନ୍ମ ପ୍ରମାଣ ପତ୍ର ପୁଲିସକୁ ପଠାଇଛନ୍ତି । ଦଲାଲ୍ ମାନେ ଟଙ୍କା କମିଶନ ରଖି ନାବାଳିକାଙ୍କୁ ଦେହ ବ୍ୟବସାୟ ରେ ନିୟୋଜିତ କରୁଥିଲେ । ଏ ନେଇ ସେମାନେ ନାବାଳିକାଙ୍କୁ କିଛି ଅର୍ଥ ଦେଉଥିଲେ । ଏବେବି ଏହି ଘଟଣାରେ କିଛି ଦଲାଲ୍ ଫେରାର୍ ରହିଥିବାବେଳେ  ପୁଲିସ ସେମାନଙ୍କୁ ଧରିବା ପାଇଁ ଅପରେସନ ଜାରି ରଖିଛି । ସେପଟେ ଏହି ଘଟଣାକୁ ନେଇ  କଟକ ଡିସିପି ଜଗମୋହନ ମୀନା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଗତ କିଛି ଦିନ ମଧ୍ୟରେ ଏହି ଘଟଣା ରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ଆଗକୁ ଗିରଫଦାରୀ ସଂଖ୍ୟା ଆହୁରି ବୃଦ୍ଧି ପାଇବ।

 

Comments are closed.