www.samajalive.in
Tuesday, December 9, 2025
15.1 C
Bhubaneswar

ଜାନୁଆରୀ ୨୬ରେ ଘଟିଥିବା ଅବିସ୍ମରଣୀୟ ମୂହୁର୍ତ୍ତ

ଜାନୁଆରୀ ୨୬ତାରିଖ ଦିନ ସମଗ୍ର ଭାରତ ବର୍ଷରେ ସାଧାରଣତନ୍ତ୍ର ପାଳନ କରାଯାଇଥାଏ। ଏହି ଦିନ ଭାରତରେ ସମ୍ବିଧାନ କାର୍ୟ୍ୟକାରୀ ହୋଇଥିଲା। ସମ୍ବିଧାନରେ ଭାରତ ପାଇଁ ନୀତି ନିୟମ ଉଲ୍ଲେଖ ହୋଇଥିଲା। ଏହି ଦିନଟିକୁ ସ୍ମରଣୀୟ ରଖିବା ପାଇଁ ସବୁ ବର୍ଷ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥାଏ। ଭାରତ ଇତିହାସରେ ସାଧାରଣତନ୍ତ୍ର ଦିବସ ଲିପିବଦ୍ଧ ହୋଇଛି। ଜାନୁଆରୀ ୨୬ ଅବସ୍ମରଣୀୟ ଅଟେ। ଆସନ୍ତୁ ଜାଣିବା ଏ ସମ୍ବନ୍ଧରେ କିଛି ରୋଚକ ତଥ୍ୟ ..

୧୯୩୦ – ଏହି ବର୍ଷ ପ୍ରଥମ କରି ଭାରତରେ ସ୍ବରାଜ ଦିବସ ପାଳନ କରାଯାଇଥିଲା।

- Advertisement -

୧୯୩୧ – ‘ସବିନୟ ଅବଜ୍ଞା ଆନ୍ଦୋଳନ’ରେ ବେଳେ ଗିରଫ କରାଯାଇଥିବା ମହାତ୍ମାଗାନ୍ଧୀଙ୍କୁ ବିଟ୍ରିଶ ସରକାରଙ୍କ ସହ ଆଲୋଚନା କରିବା ପାଇଁ ଜେଲରୁ ମୁକ୍ତ କରାଯାଇଥିଲା।

୧୯୪୯ – ଏହି ବର୍ଷ ଡ. ରାଜେନ୍ଦ୍ର ପ୍ରସାଦ ଭାରତ ପାଇଁ ସମ୍ବିଧାନର କାର୍ୟ୍ୟ ସମାପ୍ତ କରିଥିଲେ।

୧୯୫୦ – ଭାରତକୁ ଲୋକତାନ୍ତ୍ରିକ ଗଣତନ୍ତ୍ର ରାଜ୍ୟ ରୂପେ ଘୋଷଣା କରାଯାଇଥିଲା। ଭାରତରେ ସମ୍ବିଧାନର ପ୍ରଣୟନ କରାଯାଇଥିଲା। ଏହାସହ ସ୍ବତନ୍ତ୍ର ଭାରତର ପ୍ରଥମ ଓ ଶେଷ ଗଭର୍ଣ୍ଣର ଜେନେରାଲ ଚକ୍ରବର୍ତ୍ତୀ ରାଜଗୋପାଲଚାରି ନିଜ ପଦରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ। ଏବଂ ଭାରତର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦ ହୋଇଥିଲେ। ଏହି ଦିନ ଅଶୋକ ଚକ୍ରକୁ ରାଷ୍ଟ୍ରୀୟ ଚକ୍ର ରୂପେ ଘୋଷଣା କରାଯାଇଥିଲା।

୧୯୬୩ – ମୟୂରକୁ ଭାରତର ଜାତୀୟ ପକ୍ଷୀ ରୂପେ ଘୋଷଣା କରାଯାଇଥିଲା।

୧୯୭୨ – ଦିଲ୍ଲୀର ଇଣ୍ଡିଆ ଗେଟ୍ ସମ୍ମୁଖରେ ରାଷ୍ଟ୍ରୀୟ ସ୍ମାରକ ଅମର ଯବାନଙ୍କ ଜ୍ୟୋତିକୁ ସ୍ଥାପିତ କରାଯାଇଥିଲା।

୨୦୦୧ – ଗୁଜୁରାଟରେ ତୀବ୍ର ଭୂକମ୍ପ ଦ୍ବାରା ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା।

୨୦୦୮ – ୫୯ତମ ସାଧାରଣତନ୍ତ୍ର ଦିବସରେ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ରୂପେ ପ୍ରତିଭା ଦେବୀ ସିଂ ପାଟିଲ ପ୍ୟାରେଡରେ ସଲାମ କରିଥିଲେ। ଏହାସହ ଏନ.ଆର.ନାରାୟଣମୂର୍ତ୍ତିଙ୍କୁ ଫ୍ରାନ୍ସ ସରକାର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଦ ଅଫିସର ଅଫ ଦ ଲିଜନ ଅଫ ଓବର’ରେ ସମ୍ମାନିତ କରିଥିଲେ।

ଆଲେଖ୍ୟ –ପ୍ରଜ୍ଞାସିନୀ ମଲ୍ଲିକ

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories