www.samajalive.in
Sunday, December 7, 2025
14.1 C
Bhubaneswar

ବିଦେଶରେ ନିଯୁକ୍ତି ନେଇ ନକଲି ସାକ୍ଷାତକାର ଅଭିଯୋଗରେ ଯୁବକ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପିତାତଳି ଠାରେ ଏକ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଖୋଲି ବିଦେଶରେ ନିଯୁକ୍ତି ଦେବା ନାମରେ ନକଲି ସାକ୍ଷାତକାର କରୁଥିବା ନେଇ ଭୁବନେଶ୍ବର ସ୍ଥିତ ପ୍ରୋଜେକ୍ଟରେ ଅଫ ଇମିଗ୍ରେଟସ( ଅପ୍ରବାସୀଙ୍କ ରକ୍ଷାକାରୀ)ଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ସଂସ୍ଥାର ମାଲିକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ପିତାତଳିର ଏସ .ମନମୁଖ ରାଓ ବୋଲି ପୁଲିସ ସୂଚନା ଦେଇଛି।
ଅଭିଯୋଗ ଅନୁଯାୟୀ  ଭୁବନେଶ୍ବର ସ୍ଥିତ ଅପ୍ରବାସୀଙ୍କ ରକ୍ଷାକାରୀ ସୁନିଲ କୁମାର ସାହୁ ଗତ ବୁଧବାର ଦିନ ପିତାତଳି ଠାରେ ଥିବା କ୍ରିତିକା ଟେକ୍ନିକାଲ ତାଲିମ ଅନୁଷ୍ଠାନ ପରିସରରେ ପହଞ୍ଚି ଥିଲେ। ସେଠାରେ ସେ ଅନେକ ଯୁବକ ତୁର୍କୀରେ ଓ୍ବେଲଡର ଭାବେ ନିଯୁକ୍ତି ପ୍ରଦାନ ନିମନ୍ତେ ସାକ୍ଷାତକାର କରାଯାଉଥିବା ଦେଖିବାକୁ ପାଇଥିଲେ। ଯାଞ୍ଚ ସମୟରେ ଅନୁଷ୍ଠାନ ପକ୍ଷରୁ ବିଦେଶରେ ନିଯୁକ୍ତି ପ୍ରଦାନ ନିମନ୍ତେ ଇମିଗ୍ରେସନ ବିଭାଗ ପକ୍ଷରୁ କୈାଣସି ଆଦେଶ ପାଇନଥିବା ସହ ଯୁବକମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ମୋଟା ଆକାରରେ ଟଙ୍କା ଆଦାୟ କରୁଥିବା ଜାଣିବାକୁ ପାଇଥିଲେ। ଏନେଇ ଶ୍ରୀ ସାହାଙ୍କ ପକ୍ଷରୁ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ୪୮୧/୨୪ ରେ ଛକ ମାମଲା ରୁଜୁ କରି ମନମୁଖ ରାଓଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହା ସହ ଅନୁଷ୍ଠାନ ପକ୍ଷରୁ ଦିଆଯାଇଥିବା ନିଯୁକ୍ତି ଓ ଚାକିରି ନେଇ ଠକେଇ ମାମଲାରେ ଅଧିକ ତଦନ୍ତ ଜାରି ରହିଥିବା ଆଇଆଇସି ବିବେକାନନ୍ଦ ସ୍ବାଇଁ କହିଛନ୍ତି।

ଜାଣନ୍ତୁ.. ହ୍ୱାଟ୍ସଆପ୍‌ ଆଣିଲା ଜବରଦସ୍ତ ଫିଚର୍‌; ଏବେ ଚାଟ୍‌ କରିବା ହେବ ଖୁବ୍‌ ସହଜ..ମିଳିବ ଏହି ସୁବିଧା..

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories