www.samajalive.in
Friday, December 5, 2025
20.1 C
Bhubaneswar

ଅଡ଼ୁଆରେ ବାଦଶାହ, ‘ବାୱଲା’ ଗୀତକୁ ନେଇ ମାମଲା ରୁଜୁ

ସମାଜ ଡିଜିଟାଲ ଡେସ୍କ: ଲୋକପ୍ରିୟ ରାପର୍‌ ତଥା ଗାୟକ ବାଦଶାହ ନ୍ୟାୟିକ ସମସ୍ୟାରେ ଫସିଛନ୍ତି। ଏକ ମିଡିଆ କମ୍ପାନୀ ବାଦଶାହଙ୍କ ବିରୋଧରେ ମାମଲା ଦାୟର କରିଛି। କମ୍ପାନୀ ଅଭିଯୋଗ କରିଛି ଯେ, ବାଦଶାହ ଏକ ଚୁକ୍ତିନାମା ଅନୁଯାୟୀ ସ୍ଥିର ହୋଇଥିବା ଦେୟ ପ୍ରଦାନ କରିନାହାନ୍ତି। ସୂଚନା ମୁତାବକ, ରାପର ତାଙ୍କ ଗୀତ ‘ବାୱଲା’ ପାଇଁ ଏହି କମ୍ପାନୀ ସହ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ। କିନ୍ତୁ କମ୍ପାନୀ କହିଛି ଯେ, ନିର୍ମାଣ ଏବଂ ପ୍ରଚାର ସହ ଜଡ଼ିତ ସମସ୍ତ ସେବା ଶେଷ କରିବା ପରେ ମଧ୍ୟ ବାଦଶାହ ଏହି କାର୍ଯ୍ୟରେ ଜଡ଼ିତ ଲୋକଙ୍କୁ ଟଙ୍କା ଦେଇନାହାନ୍ତି। କମ୍ପାନୀ ଅଭିଯୋଗ କରିଛି ଯେ, ବାରମ୍ବାର ଯୋଗାଯୋଗ ସତ୍ବେ ବାଦଶାହ କେବଳ ମିଥ୍ୟା ଆଶ୍ୱାସନା ଦେଇଛନ୍ତି ଏବଂ ଦେୟର ସମୟ ସୀମା ଶେଷ ହୋଇଥିଲେ ମଧ୍ୟ ବାସ୍ତବରେ କୌଣସି ଦେୟ ପୈଠ କରି ନାହାନ୍ତି।

ସୂଚନାଯୋଗ୍ୟ, ‘ବାୱଲା’ ଗୀତରେ ବାଦଶାହ ଓ ଅମିତ ଉଚାନା ନଜର ଆସିଛନ୍ତି। ଏହି ଗୀତଟି ବହୁତ ଲୋକପ୍ରିୟ ହୋଇଛି। ବାଦଶାହଙ୍କ ବ୍ୟକ୍ତିଗତ ଚ୍ୟାନେଲରେ ରିଲିଜ୍ ହେବା ପରଠାରୁ ଏହାକୁ ୟୁଟ୍ୟୁବରେ ୧୫ କୋଟିରୁ ଅଧିକ ଭ୍ୟୁଜ୍‌ ମିଳିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories