ବାମରା : ବନ୍ଧୁକ ମୁନରେ ଡକାୟତି। ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ସାନ ତୁମେରମୁଣ୍ଡା ଗାଁରେ ଅଭାବନୀୟ ଘଟଣା ଘଟିଛି। ଗାଁର ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରୁ ସଶସ୍ତ୍ର ଲୁଟ୍ ହୋଇଛି। ସୂଚନା ମୁତାବକ ଗୁରୁବାର ରାତିରେ ସରୋଜ ନାୟକ ତାଙ୍କ ଘରେ ଥିବାବେଳେ କିଛି ଦୁର୍ବୁତ୍ତ ବଳପୂର୍ବକ ତାଙ୍କ ଘରକୁ ପଶି ଆସିଥିଲେ। ଏବଂ ୬ରୁ ୭ ଲକ୍ଷ ଟଙ୍କାର ସୁନା ଗହଣା ଏବଂ ନଗଦ କିଛି ଟଙ୍କା ଲୁଟି ନେଇଥିଲେ। ପରେ ଏ ନେଇ ସରୋଜ ଗରପୋସ ଥାନାରେ ଅଭିଯୋଗ କରିଥିଲେ। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Popular Categories



