www.samajalive.in
Wednesday, November 12, 2025
17.1 C
Bhubaneswar

ଗୋପାଳପୁର ବେଳାଭୂମିରେ ବୋଇତ ବନ୍ଦାଣ ଉତ୍ସବ

ବ୍ରହ୍ମପୁର: ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ବୋଇତ ବନ୍ଦାଣ ଉତ୍ସବ ଶୁକ୍ରବାର ଗଞ୍ଜାମ ଜିଲାର ଉପକୂଳବର୍ତ୍ତୀ ପର୍ଯ୍ୟଟନ ସହର ଗୋପାଳପୁର ବେଳାଭୂମିରେ ମହାସମାରୋହରେ ପାଳିତ ହୋଇଯାଇଛି। ଜିଲା ପ୍ରଶାସନ ଓ ଗୋପାଳପୁର ବନ୍ଦର ପରିଚାଳନା କର୍ତ୍ତୃପକ୍ଷଙ୍କ ମିଳିତ ଆୟୋଜନରେ ଅନୁଷ୍ଠିତ ଏହି ଉତ୍ସବରେ ରାଜ୍ୟ ବାଣିଜ୍ୟ, ପରିବହନ ଓ ଖଣିଜ ସଂପଦ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ଜିଲାର ନିର୍ବାଚିତ ବିଧାୟକଗଣ, ବ୍ରହ୍ମପୁର ମେୟର, ଗୋପାଳପୁର ଏନଏସି ଅଧ୍ୟକ୍ଷ, ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଏହି ସମାରୋହରେ ଯୋଗ ଦେଇଥିଲେ। ଏହି ଅବସରରେ ଗୋପାଳପୁର ସମୁଦ୍ରରେ ହଜାର ହଜାର ଯାତ୍ରୀ ଧୂପ, ଦୀପ, ଶଙ୍ଖ ବାଦନ ସହ ହୁଳହୁଳି ଦେଇ ବୋଇତ ବନ୍ଦାଣ କରିଥିଲେ। ସୂର୍ଯ୍ୟ ଉଦୟ ଦେଖି ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ।

ଏହି ଉପଲକ୍ଷେ ଗୋପାଳପୁର ବେଳାଭୂମିଠାରେ ଅନୁଷ୍ଠିତ ସଭାରେ ମନ୍ତ୍ରୀ ଶ୍ରୀ ଜେନାଙ୍କ ସମେତ ପ୍ରମୁଖ ବ୍ୟକ୍ତିମାନେ ସାଧବ ପୁଅମାନଙ୍କ ନୌବାଣିଜ୍ୟ ଯାତ୍ରା ସହିତ ଉତ୍କଳୀୟ ପରମ୍ପରା, ରୀତିନୀତିଗୁଡ଼ିକର ଉତ୍କର୍ଷତା ଏବଂ ଓଡ଼ିଆ ଜାତିର ଅସ୍ମିତା ସହ ତାହାର ସମ୍ପର୍କ ଘେନି ଆଲୋଚନା କରିଥିଲେ। ବୋଇତ ବନ୍ଦାଣ ଉତ୍ସବ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗତର କୃତି ପ୍ରତିଯୋଗୀମାନଙ୍କୁ ସଭା ସ୍ଥଳରେ ପୁରସ୍କୃତ କରାଯାଇଛି। ଗୋପାଳପୁର ବେଳାଭୂମିରେ ବୋଇତ ବନ୍ଦାଣ ସ୍ମାରକୀ ବାଲୁକା ଚିତ୍ରକଳା ପର୍ଯ୍ୟଟକ ଓ ଯାତ୍ରୀଙ୍କୁ ବିମୋହିତ କରିଥିଲା। ରାତି ପ୍ରାୟ ୩ ଘଣ୍ଟାଠାରୁ ଆରମ୍ଭ ହୋଇଥିବା ଏହି ଉତ୍ସବର ବିଭିନ୍ନ କାର୍ଯ୍ୟକ୍ରମ ପୂର୍ବାହ୍ନ ୧୦ ଘଣ୍ଟାରେ ଉଦଯାପିତ ହୋଇଥିଲା।

Hot this week

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସୌମ୍ୟା ସ୍ୱାମୀନାଥନ

ଭୁବନେଶ୍ୱର :  ପ୍ରଖ୍ୟାତ ବୈଜ୍ଞାନିକ ତଥା ଏମ.ଏସ. ସ୍ୱାମୀନାଥନ ଫାଉଣ୍ଡସନର ଅଧ୍ୟକ୍ଷା...

ନଓ୍ବାଦାରେ ମତଦାନ ସମୟରେ ଦୁଇ ଦଳର ସମର୍ଥକ ମୁହାଁମୁହିଁ

ନଓ୍ବାଦା: ବିହାରରେ ମଙ୍ଗଳବାର ଭୋଟିଂ ସମୟରେ ନଓ୍ବାଦା ଜିଲାରେ ବାରିସଲିଗଞ୍ଜ ଅଞ୍ଚଳରେ...

ଏଭଳି ଟଙ୍କାବଣ୍ଟା ନିର୍ବାଚନ ଜୀବନରେ ଦେଖି ନ ଥିଲି: ଶ୍ରୀକାନ୍ତ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ବିଜେପି...

ଖଟିଆରେ ଆସି ମତଦାନ କଲେ ୧୧୦ ବର୍ଷୀୟା କାଲିୟା ଦେବୀ

କୈମପୁର : କୈମପୁର ଜିଲାର ମୋହନିୟା ବିଧାନସଭା କ୍ଷେତ୍ରର ଅମରପୁରାରେ ଜଣେ...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ଅନୁସନ୍ଧାନ କରିବ ସିବିଆଇ

ଭୁବନେଶ୍ୱର: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ତଦନ୍ତ କରିବ କେନ୍ଦ୍ରୀୟ ଅନୁସନ୍ଧାନ...

Related Articles

Popular Categories