www.samajalive.in
Saturday, December 6, 2025
14.1 C
Bhubaneswar

ଅଙ୍ଗନବାଡି କେନ୍ଦ୍ରରେ ପୃଷ୍ଟିକର ଖାଦ୍ୟ ବଣ୍ଟନ 

ଗୋପାଳପୁର :  ଗୋପାଳପୁର ସ୍ଥିତ ନୂଆ ସାହି ଅଙ୍ଗନବାଡି କେନ୍ଦ୍ର ଠାରେ କେର ଫୋର ଇଣ୍ଡିଆ ସଂସ୍ଥା ପକ୍ଷରୁ ପୃଷ୍ଟିକର ଖାଦ୍ୟ ବଣ୍ଟନ କରାଯାଇଥିଲା। ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ଅଧିକାରୀ ଅମୁଲ୍ୟ ପ୍ରସାଦ ନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ  ୭ ରୁ ୯ ମାସର ୧୨ ଜଣ ଗର୍ଭବତୀ ମହିଳାଙ୍କୁ ଶୁଖିଲା ପୃଷ୍ଟିକର ଖାଦ୍ୟ ସହ ପନିପରିବା ଓ ୭ ରୁ ୯ ମାସ ୧୬ ଜଣ ମାତୃତ୍ୱଙ୍କୁ ମଧ୍ୟ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ। ଆଗାମୀ ଦିନରେ ମଧ୍ୟ ଏହି ଭଳି କାର୍ୟ୍ୟକ୍ରମ ଚାଲୁ ରହିବ ବୋଲି ଅନୁଷ୍ଠାନର ତଥା କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି। କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ତପସ୍ୱିନୀ ସାହୁ, ବି. ଜ୍ୟୋତି, ସୁଜାତା ସାହୁ, ବନିତା ନାୟକ, ଲକ୍ଷ୍ମୀପ୍ରିୟା ପାତ୍ର, ସପ୍ନା କୁମାରୀ ସେଠି, କେ. ଚନ୍ଦ୍ରିକା, ଏସ. ଲକ୍ଷ୍ମୀ, ଭି. ମୋହିନୀ,କୁଲସୁମ ଆରା ବେଗମ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories